କୋଲକାତା,୯।୧୨-ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଅନୁଭବ ହେବାରୁ ବୁଧବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨୦୦୦ ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ ବୁଦ୍ଧଦେବ। ଏହି ଖବର ପ୍ରସାରିତ ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଆରୋଗ୍ୟ କାମନା କରିଛନ୍ତି।
Concerned to hear that former Chief Minister Buddhadeb Bhattacharjee has been hospitalised with breathing problems. Praying for his speedy recovery and wishing him well: West Bengal Chief Minister Mamata Banerjee pic.twitter.com/Z1SZJ217UM
— ANI (@ANI) December 9, 2020