ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେବାରେ କୌଣସି ସୁଯୋଗ ହାତଛଡା କରୁ ନ ଥିଲେ ବ୍ରିଜଭୂଷଣ: ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ତଥା ଭାଜପା ଏମ୍‌ପି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ରୁଜୁ ହୋଇଥିବା ଯୌନ ଉତ୍ପୀଡ଼ନ ମାମଲାରେ କୋର୍ଟ ତାଙ୍କୁ ଦିନେ ଛାଡ କରିଛନ୍ତି। ଦିଲ୍ଲୀ ପୋଲିସ କହିଛି ଯେ, ଅଭିଯୁକ୍ତ ବ୍ରିଜ ଭୂଷଣ ସିଂ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେବାରେ କୌଣସି ସୁଯୋଗ ଛାଡି ନାହାଁନ୍ତି। ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଅଭିଯୋଗ ଆଣିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ଅଛି ବୋଲି ରାଉସ ଆଭେନ୍ୟୁ କୋର୍ଟର ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ (ଏସିଏମ) ହରଜିତ ସିଂ ଜଶପାଲଙ୍କ ଆଗରେ ପୋଲିସ ଯୁକ୍ତି ବାଢିଥିଲା।
ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ତାଜିକିସ୍ତାନରେ ହୋଇଥିବା ଘଟଣାର ଦିଲ୍ଲୀ ପୋଲିସ ଉଲ୍ଲେଖ କରିଛି ଏବଂ ଏହି ଘଟଣା ତାଙ୍କ କାର୍ଯ୍ୟକଳାପକୁ ପ୍ରତିଫଳିତ କରିଛି ବୋଲି ଦାବି କରିଛି। ପୋଲିସର ସୂଚନାନୁସାରେ, ତାଜିକିସ୍ତାନରେ ଏକ ଇଭେଣ୍ଟ ସମୟରେ ବ୍ରିଜ ଭୂଷଣ ସିଂ ଜଣେ ମହିଳା ରେସଲରଙ୍କୁ ଜବରଦସ୍ତ ଆଲିଙ୍ଗନ କରିଥିଲେ ଏବଂ ପରେ ସେ ତାଙ୍କ ପିତାଙ୍କ ଭଳି କରିଥିବା କହିଥିଲେ।

Share