ହ୍ରିତିକ୍‌ଙ୍କ ଏହି ଫଟୋକୁ ଦେଖି ପୂର୍ବପତ୍ନୀ କହିଲେ ‘୨୧ ବର୍ଷର ଭଳି ଲାଗୁଛ’; ଭାଇରାଲ ହେଉଛି…

ବମ୍ବେ: ଛାଡପତ୍ର ପରେ ପୂର୍ବ ସ୍ବାମୀଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି ସୁଜୈନ ଖାନ୍‌। ଅଭିନେତା ହ୍ରିତିକ ରୋଶନ ଏବଂ ସେ ଅନେକ ପାର୍ଟିରେ ଏକାଠି ନଜର ଆସୁଛନ୍ତି। ପିଲାମାନଙ୍କ ସହ ଏକାଠି ସମୟ ମଧ୍ୟ ଅତିବାହିତ କରୁଛନ୍ତି ମଧ୍ୟ। ଏସବୁ ମଧ୍ୟରେ ସେମାନେ ପୁଣିଥରେ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି।

ଦୀର୍ଘଦିନ ପରେ ହ୍ରିତିକଙ୍କ ଏକ ଫଟୋକୁ ପସନ୍ଦ କରିଛନ୍ତି ସୁଜୈନ। ଇନଷ୍ଟାଗ୍ରାମରେ ଅଭିନେତା ଶର୍ଟଲେସ ଅବତାରରେ ଏକ ଫଟୋ ଶେୟାର କରିଥିଲେ। ଏହା ତାଙ୍କ ପ୍ରଶଂସକଙ୍କ ସହ ସୁଜୈନଙ୍କ ମଧ୍ୟ ହୃଦୟ ଜିଣିଛି। ଫଟୋରେ ସୁଜୈନ ‘ ୨୧ ବର୍ଷର ଭଳି ଲାଗୁଛ’ ବୋଲି ଲେଖିଛନ୍ତି। ଏହା ବେଶ୍‌ ଭାଇରାଲ ହେଉଥିବା ବେଳେ ପ୍ରଶଂସକମାନେ ଗୋଟିଏ ପରେ ଗୋଟିଏ କମେଣ୍ଟ ଦେଉଛନ୍ତି।

Share