ହ୍ରିତିକ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପୂର୍ବତନ ସ୍ତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ୍‌ ରୋଶନ ଆଜି ତାଙ୍କର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି। ସେଲିବ୍ରିଟିଠାରୁ ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ତେବେ ପୂର୍ବତନ ସ୍ତ୍ରୀ ସୁଜୈନ ଖାନ୍‌ ମଧ୍ୟ ଖାସ୍‌ ଅନ୍ଦାଜରେ ହ୍ରିତିକ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସେ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା … ଆପଣଙ୍କ ଜୀବନର ସର୍ବୋତ୍ତମ ଏବଂ ଶକ୍ତିଶାଳୀ ଅଂଶ ଆପଣଙ୍କୁ ଅପେକ୍ଷା କରିଛି! ଭଗବାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଏହି ଭିଡିଓର ଏକ ଫଟୋରେ ହ୍ରିତିକ୍‌ଙ୍କ ଗର୍ଲଫ୍ରେଣ୍ଡ ସବା, ସୁଜୈନ ଏବଂ ତାଙ୍କ ବୟଫ୍ରେଣ୍ଡ ଅର୍ସଲାନ ନଜର ଆସିଥିବା ବେଳେ ଅନ୍ୟ ଏକ ଫଟୋରେ ସୁଜୈନ, ହ୍ରିତିକ ଏବଂ ତାଙ୍କ ଦୁଇ ପୁଅ ରିଦାନ ଏବଂ ରେହାନ ନଜର ଆସିଛନ୍ତି।

Share