କ୍ଷୋଭ ଝାଡ଼ି ବଖାଣିଲେ ବ୍ୟଥା:ବିଜେଡି ବନ୍ଧୁମିଳନରେ ରୋଚକ ଦୃଶ୍ୟ

ଭୁବନେଶ୍ୱର,୨୬।୮(ଅନିଲଦାସ):ଦୀର୍ଘ ୨୦ରୁ ୨୫ ବର୍ଷ ଧରି ଦଳକୁ ଛିଡ଼ା କରିବାରେ ପ୍ରମୁଖ ଭୂମିକା ନେଇଥିବା ଯୁବ ନେତାଙ୍କୁ ଅବହେଳା କରାଗଲା। ଦଳ ପ୍ରତି ଆନୁଗତ୍ୟ ନ ଥିବା ଅଯୋଗ୍ୟ ବ୍ୟକ୍ତିଙ୍କୁ ଗୁରୁତ୍ୱ ଦେବାରୁ ଦଳକୁ ଏଭଳି ପରାଜୟର ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଛି। ନିର୍ବାଚନର ୨ ମାସ ପରେ ରାଜ୍ୟର ବିଭିନ୍ନ ଜିଲାରୁ ଭୁବନେଶ୍ୱରରେ ଏକାଠି ହୋଇଥିବା ବିଜେଡି ଯୁବ, ଛାତ୍ର ସଙ୍ଗଠକ ଓ କର୍ମକର୍ତ୍ତାମାନେ କ୍ଷୋଭ ପ୍ରକାଶ କରିବା ସହ କଳଙ୍କିତ ନେତାଙ୍କୁ ନିଜ ପାଖ ମଡ଼ାଇ ନ ଦେବାକୁ ସଙ୍କଳ୍ପ ନେଇଛନ୍ତି।
ନିବାସ କିମ୍ବା ଶଙ୍ଖ ଭବନରେ ସଙ୍ଗଠନ କଥା କହିବାକୁ ସୁଯୋଗ ମିଳି ନ ଥିଲା। ତେଣୁ କର୍ମକର୍ତ୍ତାମାନେ ରବିବାର ଭୁବନେଶ୍ୱର ସ୍ଥିତ ବ୍ଲାଇଣ୍ଡ ଆସୋସିଏଶନ ସଭାଗୃହରେ ଏକ ବନ୍ଧୁମିଳନରେ ଏକାଠି ହୋଇ ମନର ବ୍ୟଥାକୁ ଖୋଲାଖୋଲି ପ୍ରକାଶ କରିଛନ୍ତି। କାହା ଜିଲାରେ କିଏ ପଶିଯାଉଥିଲା । ନିର୍ଦ୍ଦିଷ୍ଟ କେତେଜଣ ନେତାଙ୍କ ନଁା ନେଇ କିଛି ଲୋକ ରାଜନୀତି କରୁଥିଲେ। ଆମକୁ ଅଣଦେଖା କରାଯାଉଥିଲା। ଜିଲା ନେତା ହୋଇ ବିଡିଓ ସହିତ କଥା ହେବାର ସାହସ ଜୁଟାଇ ପାରୁ ନ ଥିଲୁ। ଜଗନ୍ନାଥଙ୍କ ଇଚ୍ଛା ଥିଲା, ଦଳରୁ କଳଙ୍କିତ ନେତା ବାହାରି ଯାଆନ୍ତୁ, ଆଗକୁ ଭଲ ନେତା ବାହାରନ୍ତୁ ଏବଂ ସେମାନେ ଓଡ଼ିଶାକୁ ରକ୍ଷା କରନ୍ତୁ। ଆଜି ତାହା ହୋଇଛି। ବିଜେଡି କର୍ମକର୍ତ୍ତାମାନେ ଆହୁରି କହିଛନ୍ତି, ଦଳ ପାଇଁ ଆମର ରକ୍ତ ବୋହିଛି। ସାଇକେଲ ଧରି ସଙ୍ଗଠନ କରି ଦଳକୁ ଗଢ଼ିଛୁ। ଆମ ନେତାଙ୍କୁ ଦେଖା କରିବାକୁ ହେଲେ ୪ଟା ଦ୍ୱାର ଡେଇଁବାକୁ ପଡୁଥିଲା। ବିଜେଡିକୁ ଭଲ ପାଉ ନ ଥିବା ଏବଂ ସଙ୍ଗଠନ କରି ନ ଥିବା ଲୋକ ଦଳକୁ ମାଡି ବସିବାରୁ ଆଜି ପରିସ୍ଥିତି ଏଭଳି ହୋଇଛି। ଆମେ ସମସ୍ତେ ଏକଠି ହୋଇ ନବୀନ ନିବାସ ଯିବା । ଦଳର ସଭାପତିଙ୍କୁ ସବୁ ଦୁଃଖ ଜଣାଇବା। ଆମେ ସମସ୍ତେ ସମ୍ପର୍କରେ ରହିଲେ ଆସନ୍ତାକାଲି ପରିଚୟ ମିଳିବ। ନବୀନବାବୁ ପୁଣି କ୍ଷମତାକୁ ଫେରିବେ। ଆମ ସମସ୍ତଙ୍କୁ ଏକ ହେବାକୁ ପଡ଼ିବ। ଆମେ ଜଣେ ଜଣେ ଲଢୁଆ ସୈନିକ। ଦୀର୍ଘବର୍ଷ ଧରି ସଙ୍ଗଠନକୁ ମଜଭୁତ କରି ଦଳକୁ ଛିଡ଼ାକରିଛୁ। ନିର୍ବାଚନରେ ପରାଜିତ ଆମ ମନୋବଳ ଭାଙ୍ଗି ପାରିବ ନାହିଁ । ଦଳୀୟ ସଙ୍ଗଠନ ମଜଭୁତ କରିବା ସହ ଓଡ଼ିଶାବାସୀଙ୍କ ପାଇଁ କାମକରିବୁ। ଆଗାମୀ ଦିନରେ ଏକାଠି ରହି ଆମ ନେତା ନବୀନ ପଟ୍ଟନାୟକଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବୁ ବୋଲି ବକ୍ତାମାନେ ମତ ଦେଇଛନ୍ତି।
ବନ୍ଧୁମିଳନ କାର୍ଯ୍ୟକ୍ରମରେ କର୍ମକର୍ତ୍ତାମାନେ ଦଳର ସଭାପତିଙ୍କ ନେତୃତ୍ୱ ପ୍ରତି ଦୃଢ଼ ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଛନ୍ତି। ରାଜ୍ୟର ୩୦ ଜିଲାରେ ଏଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବିଜେଡି ସଙ୍ଗଠନକୁ ତୃଣମୂଳସ୍ତରରେ ମଜଭୁତ କରାଯିବା ପାଇଁ ସମସ୍ତ କର୍ମକର୍ତ୍ତା ମତ ପ୍ରକାଶ କରିଛନ୍ତି । ବର୍ତ୍ତମାନର ରାଜ୍ୟ ଭାଜପା ସରକାର ପୂର୍ବରୁ ଥିବା ବିଜେଡି ସରକାରଙ୍କ ସମୟରେ ହୋଇଥିବା ବିଭିନ୍ନ ଜନହିତକର ଯୋଜନାର ନାମ ଏବଂ ରଙ୍ଗ ପରିବର୍ତ୍ତନ କରୁଥିବାରୁ ସମସ୍ତ କର୍ମୀ ଏହାକୁ ଦୃଢ଼ ନିନ୍ଦା କରିଥିଲେ। ଏଥିସହ ବିଭିନ୍ନ ପ୍ରସ୍ତାବ ବିଷୟରେ କର୍ମୀମାନେ ଆଲୋଚନା କରିଥିଲେ। ବିଜେଡିର ସମସ୍ତ କର୍ମୀ ଦଳର ସଭାପତିଙ୍କ ନେତୃତ୍ୱରେ ଜନସାଧାରଣଙ୍କ ପାଇଁ ସେବା ଏବଂ ସମର୍ପିତ ମନୋଭାବ ରଖି କାର୍ଯ୍ୟ କରିବେ ବୋଲି ଶପଥ ନେଇଛନ୍ତି। ଦଳରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା କର୍ମୀମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉ ବୋଲି ମତ ପ୍ରକାଶ ପାଇଛି।
।ନ୍ଧୁମିଳନ ସଭାକୁ ଶିଶିର କୁମାର ପରିଜା ପରିଚାଳନା କରିଥିବା ବେଳେ ରଞ୍ଜିତ ରାୟ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲାରୁ ବହୁ ବରିଷ୍ଠ, ଯୁବ, ଛାତ୍ର ଓ ମହିଳା କର୍ମକର୍ତ୍ତା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧାରରେ କୁମ୍ଭକାରଙ୍କ କୌଳିକ ବୃତ୍ତି: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

କୋକସରା,୨୬ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଲୋକର ପର୍ବ ଦୀପାବଳି ଆସିଲେ ଗାଁଠୁ ସହର ଚଳଚଞ୍ଚଳ ହୋଇଉଠେ। ଏହି ପର୍ବରେ ସବୁଠୁ ଅଧିକ ଆବଶ୍ୟକ ହୁଏ ଦୀପ।...

ପୌରାଧ୍ୟକ୍ଷା ପଦ ହରାଇବା ପରେ ବିଷ୍ଣୁ ପ୍ରଧାନଙ୍କୁ ମିଳିଲା ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା ନିଜ ପଦ ହରାଇବା ନେଇ ଗୁରୁବାର ଗୃହ ଓ ନଗର ଉନ୍ନୟନ...

ଶିବାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଜି ମିଳିଲା…

ଭୁବନେଶ୍ୱର,୨୬।୧୦: ବାତ୍ୟା ସମୟରେ ଅସହାୟ ଓ ବିପନ୍ନଙ୍କ ପାଇଁ ସାହାରା ସାଜିଥିଲେ ଆଶାକର୍ମୀ । ଆଜି ଶିବାନୀଙ୍କ ଘରେ ପହଞ୍ଚି ସରକାର ବଢ଼ାଇଲେ ସହାୟତାର ହାତ।...

ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା

ଭୁବନେଶ୍ୱର,୨୬ା୧୦: ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ ପୋଲିସ ବଡ଼ ପଦକ୍ଷେପ ନେଇଛି। ରାଜଧାନୀର ସବୁ ଆପାର୍ଟମେଣ୍ଟରେ ଆଇପି ବ୍ୟବସ୍ଥା ଥିବା କ୍ୟାମେରା ଲଗାଇବାକୁ ପରାମର୍ଶ ଦିଆଯାଇଛି।...

ରାଜ୍ୟପାଳଙ୍କୁ ମୁହାଁମୁହିଁ ଚେତାବନୀ: ରାଜନୀତିରୁ…

ଭୁବନେଶ୍ୱର,୨୬।୧୦: ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡ ନିର୍ବାଚନରେ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି। ସେ...

ବାତ୍ୟା ଡ୍ୟୁଟିରେ ଥିବା ଡାକ୍ତରଙ୍କୁ କାମୁଡ଼ିଲା ସାପ, ଆଇସିୟୁରେ ଭର୍ତ୍ତି

ମହାକାଳପଡ଼ା,୨୬ା୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାବର ପିଏଚ୍‌ସିରେ ଜଣେ ଡାକ୍ତରଙ୍କ ଡ୍ୟୁଟି ପଡ଼ିଥିଲା। ତେବେ ସେ ଶୌଚ ପାଇଁ ବାହାରକୁ ଯାଇଥିବାବେଳେ ତାଙ୍କୁ...

ଆମ୍ବୁଲାନ୍ସ ଡ୍ରାଇଭର ମାନସଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, କହିଲେ ବାତ୍ୟା ସମୟରେ…

ରାଜନଗର,୨୬ା୧୦: କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳରେ ‘ଦାନା’ର ତାଣ୍ଡବ ସମୟରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ମାନସ ମଳିକ ସାହସିକତା ଦେଖାଇଥିବାରୁ...

ଭୁବନେଶ୍ୱର ଏୟାରପୋର୍ଟରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ଭୁବନେଶ୍ୱର,୨୬।୧୦: ରାଜଧାନୀରେ ବାଘ ଆତଙ୍କ। ମଝି ରାସ୍ତାରେ ରାଜଧାନୀ ଛାତି ଉପରେ ବାଘକୁ ଦେଖି ଲୋକେ ଛାନିଆ। ଭୁବନେଶ୍ୱର ବିମାନବନ୍ଦରରେ ବୁଲୁଛି ବାଘ। ଏୟାରପୋର୍ଟ ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri