ମୃତଦେହ ଖୋଳି ତନାଘନା

କିଭ୍‌, ୧୪ା୪: ବୁଚା ଗଣହତ୍ୟା ପରେ ରୁଷୀୟ ସୈନ୍ୟଙ୍କ ନରଂସହାରର ପ୍ରମାଣ ପାଇଁ ତଦନ୍ତକାରୀ ଟିମ୍‌ ସେଠାରେ ପହଞ୍ଚି ଯାଞ୍ଚ ଚଳାଇଛନ୍ତି। ଶୁକ୍ରବାରଠାରୁ କିଭ୍‌ର ଫରେନ୍ସିକ୍‌ ଟିମ୍‌ ବୁଚାରେ ପୋତାଯାଇଥିବା ମୃତଦେହ ଖୋଳି ତନାଘନା କରୁଛନ୍ତି। ଏହାସହ ବାହାର ଦେଶର ତଦନ୍ତକାରୀ ଟିମ୍‌ ମଧ୍ୟ ସେଠାରେ ପହଞ୍ଚିଛନ୍ତି। ମୃତକଙ୍କ ମଧ୍ୟରୁ ପ୍ରାୟ ସମସ୍ତଙ୍କ ହିଂସାତ୍ମକ ଆଚରଣରେ ମୃତ୍ୟୁ ଘଟିଛି। ଏକ ମୃତ ଶରୀରର ଖପୁରୀର ଅଧାଭାଗ ନ ଥିବାବେଳେ ଶରୀରର ଅନେକ ଅଙ୍ଗ ନାହିଁ। ଜଣକ ଆଖିକୁ ଜଳାଇ ଦିଆଯାଇଥିବାବେଳେ ଅନ୍ୟ ଜଣକ ମୁଣ୍ଡକାଟି ହତ୍ୟା କରାଯାଇଛି। ଅନେକ ଶରୀର ଗୁଳିବାଜି କ୍ଷତାକ୍ତ ହୋଇଛି। ସମସ୍ତଙ୍କ ମୃତ୍ୟୁର କାରଣକୁ ଡକ୍ୟୁମେଣ୍ଟେସନ କରାଯାଇଛି। ମୃତଦେହ ଖୋଳାଯିବା ସମୟରେ ୟୁକ୍ରେନ୍‌ ନାଗରିକମାନେ ସେଠାରେ ଉପସ୍ଥିତ ରହି ନିଜ ପ୍ରିୟଜନଙ୍କ ଅବେଶଷକୁ ଦେଖିଥିଲେ। ବୁଚାର ବହୁ ସଂଖ୍ୟାରେ ଲୋକ ନିଖୋଜ ଥିବାରୁ ଆହୁରି ଅନେକ ମୃତଦେହ ମିଳିବାର ଆଶଙ୍କା ରହିଛି।

Share