କାର୍ଯ୍ୟକ୍ଷମ ଦକ୍ଷତା କ୍ଷେତ୍ରରେ ଉତ୍କର୍ଷ ହାସଲ

ଭୁବନେଶ୍ୱର,୪।୧୧, (ଅଭୟ ଦାଶ): ଭାରତର ସର୍ବବୃହତ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ନିର୍ମାତା ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌’ (ଜେଏସ୍‌ଏଲ୍‌) ନିକଟରେ ଆଉ ଏକ ସମ୍ମାନଜନକ ମାନ୍ୟତା ହାସଲ କରିଛି। ବିଶେଷକରି ଗୁଣାତ୍ମକ ପରିଚାଳନାରେ ଉକତ୍ର୍ଷ ପାଇଁ ଅନ୍ତର୍ଜାତୀୟ କନ୍‌ଭେନଶନ ଅଫ୍‌ କ୍ୱାଲିଟି କନ୍‌ସେପ୍ଟସ୍‌ (ଆଇସିକ୍ୟୁସି)-୨୦୨୩ରେ ଜେଏସ୍‌ଏଲ୍‌ ୭ ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପୁରସ୍କାର ଜିତିଛି। ଉଲ୍ଲେଖଯୋଗ୍ୟ,ଚାଇନାର ବେଜିଂଠାରେ ଆୟୋଜିତ ୪ ଦିନିଆ ବିଶେଷ କାର୍ଯ୍ୟକ୍ରମରେ ଘୋଷିତ ଏହି ସମ୍ମାନଜନକ ପୁରସ୍କାର, କାରଖାନାର କାର୍ଯ୍ୟକ୍ଷମତାକୁ ଉନ୍ନତ ତଥା କୁଶଳ କରିବାରେ କମ୍ପାନୀର ପଦକ୍ଷେପକୁ ସ୍ବୀକୃତି ଦେଇଛି। ସେହିଭଳି ବାର୍ଷିକ ସମ୍ମିଳନୀର ୪୮ ତମ ସଂସ୍କରଣରେ ଭାରତ,ଚାଇନା, ଇଣ୍ଡୋନେସିଆ, କୋରିଆ, ମାଲେସିଆ, ସିଙ୍ଗାପୁର, ଥାଇଲାଣ୍ଡ ଏବଂ ଜାମ୍ବିଆ ଭଳି ୧୩ ଦେଶର ବିଭିନ୍ନ ଶିଳ୍ପରେ ୯୦୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଜେଏସ୍‌ଏଲ୍‌ ହିସାରର ୫ଟି ଦଳ ୪ଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ଜିତିଥିବା ବେଳେ ଯାଜପୁରର ୩ଟି ଦଳ ୩ ସ୍ବର୍ଣ୍ଣ ପୁରସ୍କାର ଜିତିଛନ୍ତି। ବିଶେଷକରି ମୂଲ୍ୟାଙ୍କନ ପାରାମିଟରଗୁଡିକରେ ପ୍ରକଳ୍ପ ଚୟନର ପଦ୍ଧତି, କାରଣ ବିଶ୍ଳେଷଣ, କାଉଣ୍ଟର ମାପସୂତ୍ରର କାର୍ଯ୍ୟକାରିତା, ପ୍ରକଳ୍ପ ଲକ୍ଷ୍ୟ ହାସଲ କରିବାର ଡିଗ୍ରୀ ଏବଂ ମାନକ ସ୍ତର ଅନ୍ତର୍ଭୁକ୍ତ ହୋଇଥିଲା।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଜିନ୍ଦଲ ଷ୍ଟେନ୍‌ଲେସ ବର୍ଷ ବର୍ଷ ଧରି ଆଇସିକ୍ୟୁସିରେ କ୍ରମାଗତ ଭାବେ ବିଜେତା ହୋଇଆସୁଛି। ଏହି ବର୍ଷର ପୁରସ୍କାର ହେଉଛି ଆମର ସାମଗ୍ରିକ କାର୍ଯ୍ୟରେ ଉକତ୍ର୍ଷକୁ ସୁନିଶ୍ଚିତ କରିବା ପାଇଁ ଆମର ଅଦମ୍ୟ ପ୍ରତିବଦ୍ଧତାର ଏକ ସ୍ବୀକୃତି, ଯାହା ଶେଷରେ ଆମର ସାମାଜିକ ଏବଂ ଅର୍ଥନୈତିକ ନିଷ୍ପତ୍ତି ଉପରେ ପ୍ରଭାବ ପକାଇଥାଏ। ବିଶେଷକରି କାର୍ଯ୍ୟକ୍ଷମ ଦକ୍ଷତା କ୍ଷେତ୍ରରେ ଉକତ୍ର୍ଷ ହାସଲ କରିବା ସହିତ ସମସ୍ୟାର ସମାଧାନକୁ ସୁଗମ କରିବା ପାଇଁ ଆମେ ଆମର ଉଭୟ ପ୍ଲାଣ୍ଟରେ ଥିବା ଦୋକାନରେ ୪୪୦ ଗୁଣାତ୍ମକ ସର୍କଲ ଦଳ ଗଠନ କରିଛୁ। ଏପରିକି ନିକଟରେ ଜିନ୍ଦଲ ଷ୍ଟେନ୍‌ଲେସ, କ୍ୱାଲିଟି ସର୍କଲ ଫୋରମ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ଆୟୋଜିତ ବାର୍ଷିକ କାର୍ଯ୍ୟକ୍ରମରେ ୩୪ତମ କ୍ୱାଲିଟି କନ୍‌ସେପ୍ଟ ଅଧ୍ୟାୟ ସମ୍ମିଳନୀରେ-ଦିଲ୍ଲୀ ଅଧ୍ୟାୟ, ୪୨ଟି ସ୍ବର୍ଣ୍ଣ, ୭ଟିରୋପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପୁରସ୍କାର ଜିତିଛି। ସେହିଭଳି ଭୁବନେଶ୍ୱର ଅଧ୍ୟାୟର ୫ମ ସମ୍ମିଳନୀରେ ଯାଜପୁରରୁ ଅଂଶଗ୍ରହଣ କରିଥିବା ୩୬ ଟି ଦଳ ୩୬ଟି ସ୍ବର୍ଣ୍ଣ ପୁରସ୍କାର ହାସଲ କରିଥିଲେ। ଜିନ୍ଦଲ ଷ୍ଟେନ୍‌ଲେସ୍‌ ପାଇଁ ପରିବେଶ ପ୍ରଥମ ଏବଂ ଏହା ଏକ ସବୁଜ, ସ୍ଥାୟୀ ଭବିଷ୍ୟତ ପାଇଁ ପ୍ରତିଶ୍ରୁତିବଦ୍ଧ। କମ୍ପାନୀ ଇଲେକ୍ଟ୍ରିକ୍‌ ଆର୍କ ଫର୍ନେସରେ ସ୍କ୍ରାପ୍‌ ବ୍ୟବହାର କରି ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନ କରେ, ଯାହାକି ସର୍ବନିମ୍ନ ଗ୍ରୀନ୍‌ ହାଉସ ଗ୍ୟାସ୍‌ ନିର୍ଗମନର ମାର୍ଗ ହୋଇଥାଏ। ଏହା ୧୦୦% ଗୁଣବତ୍ତା ହ୍ରାସ ନ କରି ପୁନଃ ବ୍ୟବହାର ପନ୍ଥା ଅବଲମ୍ବନ କରିଥାଏ, ଯାହାଦ୍ୱାରା ବୃତ୍ତାକାର ଅର୍ଥନୀତି ହାସଲ ହୋଇପାରୁଛି। ଆର୍ଥତ୍କ ବର୍ଷ ୨୦୩୫ ପର୍ଯ୍ୟନ୍ତ (ଆର୍ଥତ୍କ ବର୍ଷ ୨୦୨୨ବେସ୍‌ ଲାଇନ୍‌ ସ୍ତରରୁ ୧.୯୧ ଟନ୍‌ ସିଓ୨ /ଟନ୍‌ ଅଶୋଧିତ ଇସ୍ପାତ) କାର୍ବନ ନିର୍ଗମନ ତୀବ୍ରତାକୁ ୫୦% ହ୍ରାସ କରିବାକୁ ଏବଂ ୨୦୫୦ସୁଦ୍ଧା ନେଟ୍‌ ଜିରୋ ହାସଲ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri