ପାଣିପାଗ ସୂଚନା ମିଳିବାରେ ବ୍ୟତିକ୍ରମ

ନୂଆଗାଁ,୨୯।୧୦ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକର କାପ୍ତାପଲି ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପାଣିପାଗର ପୂର୍ବାନୁମାନ ସୂଚନା ଓ କୃଷି ସୂଚନା ଦେବା ନିମନ୍ତେ ଗ୍ରାମ ବିକାଶ ସଂସ୍ଥା ତରଫରୁ କାପ୍ତାପଲ୍ଲୀ ଗ୍ରାମରେ ସୂଚନା ଫଳକର ବ୍ୟବସ୍ଥା କରାଯାଇଛି । ତେବେ ସୂଚନା ଫଳକର ଉଦ୍ଦେଶ୍ୟରେ ବ୍ୟତିକ୍ରମ ଦେଖା ଯାଉଥିବା ଅଭିଯୋଗ ହେଉଛି । ଆଗାମୀ ୭ ଦିନ ପାଇଁ ପାଣିପାଗ କ’ଣ ରହିବ ଓ ପାଣିପାଗ ତଥା ସମୟାନୁସାରେ କୃଷି କାର୍ଯ୍ୟ ପାଇଁ କଣ କରିବାକୁ ହେବ ସେ ସମ୍ବନ୍ଧୀୟ ସୂଚନା ପ୍ରତ୍ୟେକ ସୋମବାର ଦିନ ଲେଖାଯିବା ପାଇଁ କାପ୍ତାପଲି ଗ୍ରାମର ସର୍ବସାଧାରଣ ସ୍ଥାନରେ ଦୀର୍ଘ ବର୍ଷ ହେଲା ଏକ ଫଳକ ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଜଣେ ବ୍ୟକ୍ତି ନିୟୋଜିତ ରହିବ । ଗ୍ରାମ ବିକାଶ ତରଫରୁ ସୂଚନା ମିଳିବା ପରେ ହସ୍ତଗତ ତଥ୍ୟକୁ ଉକ୍ତ ସୂଚନା ଫଳକରେ ଲେଖାଯିବ । ଯେପରିକି ପବନର ବେଗ ଓ ଦିଗ, ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା, ସର୍ବାଧିକ ଏବଂ ସର୍ବନିମ୍ନ ଆର୍ଦ୍ରତା ଏବଂ ଚାଷ ପାଇଁ କିଛି ଆବଶ୍ୟକୀୟ ଉପଦେଶର ସୂଚନା ଏହି ବୋର୍ଡରେ ଉଲ୍ଲେଖ କରାଯାଇଥାଏ ା ସୂଚନା ଫଳକ ପ୍ରସ୍ତୁତ ହୋଇଥିଲେ ମଧ୍ୟ ସେଠାରେ କୌଣସି ସୂଚନା ଲେଖା ଯାଉ ନ ଥିବା ବେଳେ ଗତ ୩ ମାସ ପୂର୍ବେ କାପ୍ତାପଲି ଗ୍ରାମର ବନିତା ବେହେରାଙ୍କୁ ଉକ୍ତ ସୂଚନା ଫଳକରେ ସୂଚନା ଲେଖିବା କାର୍ଯ୍ୟରେ ନିୟୋଜିତ କରାଯାଇଛି । ପ୍ରତି ସୋମବାର ଦିନ ବନିତାଙ୍କର ମୋବାଇଲକୁ ସମସ୍ତ ସୂଚନା ଆସିବା ପରେ ସେ ତାଙ୍କର ଦାୟିତ୍ୱ ନିର୍ବାହ କରି ତଥ୍ୟକୁ ସୂଚନା ଫଳରେ ଲେଖିଥାଆନ୍ତି। ଏହି କାର୍ଯ୍ୟପାଇଁ ତାଙ୍କୁ ମାସିକ ବେତନ ଦେବା ପାଇଁ ଗ୍ରାମ ବିକାଶ ତରଫରୁ କୁହାଯାଇଥିଲା । କିନ୍ତୁ ଦୀର୍ଘ ୩ ମାସ ହେଲା ତାଙ୍କୁ ବେତନ ନ ଦେବାରୁ ସେ ଆଉ ସୂଚନା ଲେଖୁ ନାହାନ୍ତି, ଯାହା ଫଳରେ ଲୋକମାନେ ସୂଚନା ପାଇବାରୁ ବଞ୍ଚତ୍ତ ହେଉଛନ୍ତି ା ସେଥିପ୍ରତି ବିଭାଗୀୟ କର୍ମକର୍ତ୍ତା ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସେଲିବ୍ରିଟିଙ୍କୁ ମହାକାଶ ପଠାଇଲା ବ୍ଲୁ ଅରିଜିନ୍‌

ଓ୍ବାଶିଂଟନ,୧୪।୪:ପପ୍‌ ଗାୟିକା କେଟି ପେରୀ ଏବଂ ଆମେରିକୀୟ ଟିଭି ବ୍ୟକ୍ତିତ୍ୱ ଗେଲେ କିଙ୍ଗ୍‌ଙ୍କ ସମେତ ୬ ମହିଳା ସେଲିବ୍ରିଟିଙ୍କୁ ନେଇ ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ୍‌ର...

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image