ଡିଏସ୍‌ପି ସ୍ତରରେ ଅଦଳବଦଳ

କଟକ ଅଫିସ,୨୫।୮: ଓଡ଼ିଶା ପୋଲିସର ଡିଏସ୍‌ପି ସ୍ତରରେ ସୋମବାର ବଡ଼ ଧରଣର ଅଦଳବଦଳ ହୋଇଛି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ (ବିପିଏସ୍‌ପିଏ)ରେ ତାଲିମ୍‌ ପରେ ୮ଜଣ କ୍ୟାଡେଟ୍‌ ଡିଏସ୍‌ପିଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ସଞ୍ଜୟ ମହାପାତ୍ରଙ୍କୁ କୋରାପୁଟର ନନ୍ଦପୁର, ବିମଳକାନ୍ତ ନାୟକଙ୍କୁ ବ୍ରହ୍ମପୁର ଆଇଏଏଚ୍‌ଟିୟୁ ଡିଏସ୍‌ପି, ଆକାଶ ଚନ୍ଦ୍ର ସାହୁଙ୍କୁ ରାୟଗଡ଼ାର ବିଷମକଟକ ଏସ୍‌ଡିପିଓ, ଦୀପକ ଗୋଚ୍ଛାୟତଙ୍କୁ ବରଗଡ଼ ଏସ୍‌ଡିପିଓ, ଇନ୍ଦୁରେଖା ପଶ୍ଚିମକବାଟଙ୍କୁ କେନ୍ଦୁଝର ଡିଆଇବି ଡିଏସ୍‌ପି, ସୌରଭ ଓତାଙ୍କୁ ରାଉରକେଲାର ବଣାଈ ଏସ୍‌ଡିପିଓ, ଶଶାଙ୍କ ଶେଖର ବେଉରାଙ୍କୁ ସୁନ୍ଦରଗଡ଼ର ବଡ଼ଗାଁ ଏସ୍‌ଡିପିଓ ଭାବେ ଅବସ୍ଥାପିତ କରାଯାଇଛି।
ସେହିଭଳି ରାଉରକେଲା ପିସିଆର୍‌ ସେଲ୍‌ର ଡିଏସ୍‌ପି ସନତ ନୂତନ ସମଦଙ୍କୁ ପାନପୋଷ ଏସ୍‌ଡିପିଓ ଏବଂ ସେଇ ସ୍ଥାନରେ ଥିବା ଅସୀମ ପଣ୍ଡାଙ୍କୁ ପିସିଆର୍‌ ସେଲ୍‌କୁ ପଠାଯାଇଛି। କଟକ ସ୍ବତନ୍ତ୍ର ବ୍ରାଞ୍ଚ୍‌ ଡିଏସ୍‌ପି ଗୋପାଳକୃଷ୍ଣ ବେହେରାଙ୍କୁ ବିଧାନସଭା ସୁରକ୍ଷା ଅଧିକାରୀ, ବ୍ରହ୍ମପୁର ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ସାର୍ଥକ ରାୟଙ୍କୁ ଭଦ୍ରକ ଏସ୍‌ଡିପିଓ, ସିଆଇଡି-ସିବି ଡିଏସ୍‌ପି ରିତେଶ ମହାପାତ୍ରଙ୍କୁ ବାଲେଶ୍ୱରର ନିଳଗିରି ଏସ୍‌ଡିପିଓ, ଅନୁଗୋଳ ଡିଏସ୍‌ପି ଦିଲ୍ଲୀପ ନାୟକଙ୍କୁ ଗଜପତି ଆର୍‌.ଉଦୟଗିରି ଏସ୍‌ଡିପିଓ, ଭଦ୍ରକ ସଦର ଏସ୍‌ଡିପିଓ ସୁନିଲ ନନ୍ଦଙ୍କୁ ଭଦ୍ରକ ପିସିଆର୍‌ ସେଲ୍‌ ଡିଏସ୍‌ପି ଭାବେ ବଦଳି କରାଯାଇଛି। ନୀଳଗିରି ଏସ୍‌ଡିପିଓ ଅମୂଲ୍ୟ ଧରଙ୍କୁ ବାଲେଶ୍ୱର ଡିଏସ୍‌ପି, ବରଗଡ଼ ଏସ୍‌ଡିପିଓ ସୁଧାକର ସାହୁଙ୍କୁ ବରଗଡ଼ ଡିଏସ୍‌ପି, ବଡ଼ଗାଁ ଏସ୍‌ଡିପିଓ ବିଜୟ ନନ୍ଦଙ୍କୁ ଅନୁଗୋଳ ଡିଏସ୍‌ପି, କେନ୍ଦୁଝର ଡିଆଇବି ଡିଏସ୍‌ପି ହିରେଶ ଚନ୍ଦ୍ର ପାଣ୍ଡେଙ୍କୁ ସୁନ୍ଦରଗଡ଼ ଡିଏସ୍‌ପି, ଭଦ୍ରକ ଡିଏସ୍‌ପି ଅଶୋକ ଦାସଙ୍କୁ ଧାମନଗର ଏସ୍‌ଡିପିଓ, କୋରାପୁଟ ନନ୍ଦପୁର ଏସ୍‌ଡିପିଓ ଧୀରେନ୍ଦ୍ର ସ୍ବାଇଁଙ୍କୁ ବୌଦ୍ଧ ଡିଏସ୍‌ପି, ଖୋର୍ଦ୍ଧା ଡିଏସ୍‌ପି ଅନୁପ କାନୁନ୍‌ଗୋଙ୍କୁ ବାଲେଶ୍ୱର ପିସିଆର୍‌ ସେଲ୍‌ ଡିଏସ୍‌ପି, ବାଲେଶ୍ୱର ଡିଏସ୍‌ପି ମନୋଜ ରାଉତଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଏସ୍‌ପି, କଟକ ଏସିପି ସତ୍ୟଜିତ ମିଶ୍ରଙ୍କୁ ସୋନପୁର ଡିଏସ୍‌ପି ଏବଂ ଭୁବନେଶ୍ୱର ଏସିପି ରବୀନ୍ଦ୍ରନାଥ ଶତପଥୀଙ୍କୁ ଅନୁଗୋଳ ଡିଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି।

Share