ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୯ା୯(ବ୍ୟୁରୋ)-ରାଜ୍ୟ ସରକାର ଆଇଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ବୁଧବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବା ବେଳେ ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ନୂଆପଡା ଜିଲାପାଳ ମଧୁସ୍ମିତା ସାହୁଙ୍କୁ ଜଳ ସମ୍ପଦ ବିଭାଗ ଡେପୁଟି ସେକ୍ରେଟାରୀ ଏବଂ ମୟୂରଭଞ୍ଜ ପିଡି ଡିଆରଡିଏ ଚଞ୍ଚଳ ରଣାଙ୍କୁ ବଲାଙ୍ଗୀର ଜିଲାପାଳ ଭାବେ ବଦଳି କରାଯାଇଛି। ସେହିପରି ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଯାଜପୁର ଜିଲାପାଳ ଭାବେ ବଦଳି କରାଯାଇଥିବା ବେଳେ ଗଞ୍ଜାମ ପିଡି ଡିଆରଡିଏ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଅନୁଗୋଳ ଜିଲାପାଳ, ମୟୂରଭଞ୍ଜ ଏଡିଏମ୍‌ ସ୍ବାଧାଦେବ ସିଂଙ୍କୁ ନୂଆପଡା ଜିଲାପାଳ, ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ସଚିବ, ବ୍ରହ୍ମପୁର ଉପଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ ଗଞ୍ଜାମ ପିଡି ଡିଆରଡିଏ, ଗୁଣୁପୁର ଉପଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋଣ୍ଡାରଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନର, ଗଞ୍ଜାମ କୋଭିଡ-୧୯ ପରିଚାଳନା ଓଏସଡି କିର୍ତ୍ତୀ ବାସନ ଭି.ଙ୍କୁ ବ୍ରହ୍ମପୁର ଉପଜିଲାପାଳ ଏବଂ ଗଜପତି ଜିଲା କୋଭିଡ-୧୯ ପରିଚାଳନା ଦାୟିତ୍ୱରେ ଥିବା ଓଏସ୍‌ଡି ଜେ. ସୋନଲଙ୍କୁ ଗୁଣୁପୁର ଉପଜିଲାପାଳ ଭାବେ ବଦଳି କରାଯାଇଛି।

Share