ଆଇଏଏସ୍‌ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ସେ ଗ୍ରୀଡ୍‌କୋ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେହିପରି କୃଷି ସଚିବ ଅରବିନ୍ଦ ପାଢ଼ୀ ହସ୍ତତନ୍ତ ଓ ବୟନ ଶିଳ୍ପ ସଚିବ ଦାୟିତ୍ୱରେ ରହିବେ। ଭାସ୍କର ଜ୍ୟୋତି ଶର୍ମା ବିଜ୍ଞାନ ଓ ବୈଷୟିକ ସଚିବ ଦାୟିତ୍ୱରେ ରହିବେ। ସୁରେଶ କୁମାର ବଶିଷ୍ଠଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସଚିବ ଦାୟିତ୍ୱ ମିଳିଛି। ଶାଳିନୀ ପଣ୍ଡିତଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଭାବେ ଦାୟିତ୍ୱ ମିଳିଛି। ଗୁହା ପୁନମ ତାପସ କୁମାରଙ୍କୁ ପଞ୍ଚାୟତିରାଜ ଅତିରିକ୍ତ ସଚିବ ଦାୟିତ୍ୱ, ଡା. ବୃନ୍ଦା ଡି ମିଶନ ନିଦ୍ଦେର୍ଶକ, ସରୋଜ କୁମାର ମିଶ୍ରଙ୍କୁ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ଦାୟିତ୍ୱ ମିଳିଛି। ସେହିପରି ବାଣିଜ୍ୟ ଓ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ଆଇଆରଟିଏସ୍‌ ଅଫିସର ସଞ୍ଜୟ କୁମାର ମିଶ୍ରଙ୍କୁ ଅତିରିକ୍ତ ଭାବେ ଓପିଟିସିଏଲ ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ସରକାର।

Share