ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨୨।୯(ବ୍ୟୁରୋ): ଓଏଏସ ସ୍ତରରେ ସୋମବାର ଛୋଟ ଧରଣର ଅଦଳ ବଦଳ ହୋଇଛି। ସାଧାରଣ ପ୍ରଶାନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଜାରି ବିଜ୍ଞପ୍ତି ଅନୁଯାୟୀ ୮ଜଣ ଅଧିକାରୀଙ୍କ ବଦଳି ହୋଇଛି। କିଶୋର ଚନ୍ଦ୍ର ଦାସଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ ମିଳିଥିବା ବେଳେ ପୁରନ୍ଦର ଦାରୁଆ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଯୁଗ୍ମ ସଚିବ, ଶୁଭ୍ରା ମହାନ୍ତି ସମବାୟ ବିଭାଗର ଯୁଗ୍ମ ସଚିବ, ସଂଘମିତ୍ରା ଶତପଥୀଙ୍କୁ ଯୁଗ୍ମ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରେଣୁପ୍ରଭା ନାୟକଙ୍କୁ ଦକ୍ଷତା ବିକାଶ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି। ସେହିପରି ଲୋକନାଥ ଦଳବେହେରାଙ୍କୁ ଗଜପତି ଡିଆରଡିଏର ଏପିଡି କରାଯାଇଥିବା ବେଳେ ଶକ୍ତିକାନ୍ତ ରାୟ ଖୋର୍ଦ୍ଧା ଜିଲା ଡିଆରଡିଏର ଏପିଡି ଏବଂ ଗୋପୀନାଥ କଅଁର ଯାଜପୁର ଡିଆରଡିଏର ଅତିରିକ୍ତ ପିଡି ହୋଇଛନ୍ତି।

Share