ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଜ୍ୟ ସରକାର ଓଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ(ବିଏମ୍ସି)ର ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଶକ୍ତି ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ରାଜ୍ୟ ସରକାର ସୋମବାର ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ସେହିପରି କୃଷି ବିଭାଗର ଅତିରିକ୍ତ ସଚିବ ବନାନୀ ମହାନ୍ତିଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିୟୋଗ ବିଭାଗରେ ଦାୟିତ୍ୱ ଦିଆଯାଇଛି। ଶ୍ରବଣୀ ପଟ୍ଟନାୟକଙ୍କୁ ଓରେରାର ଯୁଗ୍ମ ସଚିବ ପଦରେ ଦାୟିତ୍ୱ ମିଳିଛି। ଶରତ ଚନ୍ଦ୍ର ବେହେରାଙ୍କୁ ଯାଜପୁର ଜିଲାର ଉପ ଜିଲାପାଳ କରାଯାଇଛି। ବାସୁଦେବ ମାହାରୀଙ୍କୁ ଦେଓଗଡ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କରାଯାଇଛି।