ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨ା୮(ବ୍ୟୁରୋ): ରାଜ୍ୟ ସରକାର ରବିବାର ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଢେଙ୍କାନାଳ ଡିଆର୍‌ଡିଏର ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ନରୋତ୍ତମ ବେହେରାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ପାଇଛନ୍ତି। ମହିଳା ଓ ସଶକ୍ତିକରଣ ବିଭାଗ ଅତିରିକ୍ତ ସଚିବ ରଶ୍ମି ରଞ୍ଜନ ନାଏକଙ୍କୁ ଜଳ ସମ୍ପଦ ବିଭାଗ ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ମିଳିଛି। ସେହିପରି ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ଏବଂ ମୋ ସ୍କୁଲର ଓଏସ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ଶାନ୍ତନୁ କୁମାର ମହାନ୍ତିଙ୍କୁ ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି। ଢେଙ୍କାନାଳ ଉପଜିଲାପାଳ ସାଫଲ୍ୟ ମନ୍ଦିତା ପ୍ରଧାନଙ୍କୁ ଜିଲାର ପ୍ରକଳ୍ପ ପିଡି, ଡିଆର୍‌ଡିଏ ନିଯୁକ୍ତ ହୋଇଛନ୍ତି। ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଉପଦେଷ୍ଟାଙ୍କ ଓଏସ୍‌ଡି ଥିବା ଅମୀୟ କୁମାର ରାଉତଙ୍କୁ ମୋ କଲେଜର ଓଏସ୍‌ଡି ବାବେ ନିଯୁକ୍ତି ମିଳିଛି।

Share