ଭୁବନେଶ୍ୱର,୧୬ା୧୦(ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଆଇଏଏସ ଅଫିସର ସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ୧୯୮୮ ବ୍ୟାଚର ଆଇଏଏସ ଅଫିସର ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଓଡିଶା ବନ ଉନ୍ନୟନ ନିଗମ(ଓଏଫ୍ଡିସି)ର ଅଧ୍ୟକ୍ଷ ଭାବେ ବଦଳି କରାଯାଇଛି। ସେହିପରି ୧୯୮୮ ବ୍ୟାଚ ଆଇଏଏସ ଅଫିସର ତଥା ଓଏଫ୍ଡିସି ଅଧ୍ୟକ୍ଷ ଥିବା ପରାଗ ଗୁପ୍ତାଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ବଦଳି କରାଯାଇଛି। ୧୯୯୧ ବ୍ୟାଚ ଆଇଏଏସ ଅଫିସର ତାଥା ସାଧାରଣ ଉଦ୍ୟୋଗ ବିଭାଗ ପ୍ରମୁଖ ସଚିବ ଥିବା ବିଜୟ ଆରୋରାଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅଫିସର ଅନ ସ୍ବେଶାଲ ଡ୍ୟୁଟି( ଏଓଏସଡି) ଭାବେ ବଦଳି କରାଯାଇଛି। ଶନିବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।