ଆଇପିଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨୪।୯ (ବ୍ୟୁରୋ):ବରିଷ୍ଠ ଆଇପିଏସ୍‌ ଅଫିସର ସ୍ତରରେ ଅଦଳବଦଳ କରାଯାଇଛି। ବୁଧବାର ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିବା ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଫସର ଅରୁଣ କୁମାର ରାୟଙ୍କୁ କମ୍ୟୁନିକେଶନ ଏଡିଜିପି ଭାବେ ବଦଳି କରାଯାଇଥିବା ବେଳେ ଏଡିଜିପି କମ୍ୟୁନିକେଶନ ଲଳିତ ଦାସଙ୍କୁ ପୋଲିସ ହେଡ୍‌କ୍ୱାର୍ଟର୍ସର ଏଡିଜିପି, କେନ୍ଦ୍ରୀୟ ଡେପୁଟେଶନରେ ଥିବା ଓ୍ବାଇ.କେ.ଜେଠ୍‌ଓ୍ବାଙ୍କୁ ଆଇନଶୃଙ୍ଖଳା ଏଡିଜିପି ଭାବେ ବଦଳି କରାଯାଇଛି। ସେହିପରି ପୋଲିସ ମୁଖ୍ୟାଳୟର ଏଡିଜିପି ଥିବା ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ରଙ୍କୁ ଏସ୍‌ସିଆର୍‌ବି ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଅତିରିକ୍ତ ପୋଲିସ କମିଶନର ସଞ୍ଜୟ କୁମାର ସିଂଙ୍କୁ ଆଇଜିପି(ଆଧୁନିକୀକରଣ), ଆଇଜିପି (ଆଧୁନିକୀକରଣ) ଥିବା ରେଖା ଲୋହାନୀଙ୍କୁ ଦ୍ୱୈତ୍ୟନଗରୀ ଅତିରିକ୍ତ ପୋଲିସ କମିଶନର, କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିବା ଋତୁ ଆରୋରାଙ୍କୁ ଗୃହ ବିଭାଗର ଓଏସ୍‌ଡି, ଏସ୍‌ସିଆର୍‌ବି ନିର୍ଦ୍ଦେଶକ ରାଜେଶ କୁମାରଙ୍କୁ ଏଫ୍‌ଏସ୍‌ଏଲ୍‌ ଆଇଜିପି, ଢେଙ୍କାନାଳ ଏସ୍‌ପି ଥିବା ଅନୁପମା ଜେମ୍ସଙ୍କୁ ଭିଜିଲାନ୍ସ ଏସ୍‌ପି ଭାବେ ବଦଳି କରାଯାଇଛି।

Share