ଭୁବନେଶ୍ୱର,୩୦ା୯(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବୁଧବାର ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସୁନ୍ଦରଗଡ଼ ଜିଲା ନୂଆଗାଁ ବିଡିଓ ତୃପ୍ତି ବରାଇଙ୍କୁ ବରଗଡ଼ ଜିଲା ବିଜେପୁର ବିଡିଓ ଭାବେ ବଦଳି କରାଯାଇଥିବା ବେଳେ ଦେବଗଡ଼ ଡେପୁଟି କଲେକ୍ଟର ବିକ୍ରାଣି କିସ୍ପତଙ୍କୁ ସୁନ୍ଦରଗଡ଼ ଜିଲା ନୂଆଗାଁ ବିଡିଓ, କୋରେଇ ବିଡିଓ ଶ୍ୱେତାସ୍ନିଗ୍ଧାଙ୍କୁ ବାଲିଅନ୍ତା, ରାଇରଙ୍ଗପୁର ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାଗବତ ପ୍ରସାଦ ମହାପାତ୍ରଙ୍କୁ ବିଶୋଇ, କିଶୋରନଗର ବିଡିଓ ଶ୍ୟାମଳ କମାର ରାୟଙ୍କୁ ବାଙ୍କୀ-ଡମପଡ଼ା ବିଡିଓ ଭାବେ ବଦଳି କରାଯାଇଛି। ଏଥିସହିତ ୩୧ ଜଣ ଓଏଏସ୍ ଅଫିସରଙ୍କୁ ବିଡିଓ ଭାବେ ବଦଳି କରାଯାଇଥିବା ବେଳେ ୭ ଜଣଙ୍କୁ ଡେପୁଟି କଲେକ୍ଟର ଏବଂ ତହସିଲଦାର ଭାବେ ବଦଳି କରାଯାଇଛି।