Categories: ରାଜ୍ୟ

ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ(ଇଷ୍ଟେଟ୍‌) ସୁଶାନ୍ତ କୁମାର ଦାଶଙ୍କୁ ବୟନ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ ଶ୍ୟାମଭକ୍ତ ମିଶ୍ରଙ୍କୁ ବୟନିକାର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭାବେ ନିଯୁକ୍ତ କରାଯାଇଛି। ଏହାସହ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ରେଞ୍ଜ ଅଫିସର ସଂଗ୍ରାମ କୁମାର ରାୟସର୍ଦ୍ଦାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (ଇଷ୍ଟେଟ୍‌) ଭାବେ ଅବସ୍ଥାପିତ ହୋଇଛନ୍ତି। ଅନ୍ୟପକ୍ଷରେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗରର ବିଡିଓ ବେଦବର ପ୍ରଧାନଙ୍କୁ ଜୟପୁର ଉପଜିଲାପାଳ ଭାବେ ବଦଳି କରାଯାଇଛି।

Share