ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଳଦ କରିଛନ୍ତି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଭବାନୀପାଟଣା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗଙ୍କୁ କଳାହାଣ୍ଡି ସବ୍‌ରେଜିଷ୍ଟ୍ରାର ଭାବେ ବଦଳି କରାଯାଇଥିବା ବେଳେ ଲକ୍ଷ୍ମୀପୁର ତହସିଲଦାର ଉପେନ୍ଦ୍ର ଲୁହାଙ୍କୁ ଭବାନୀପାଟଣା ତହସିଲଦାର, ବନବିହାରୀ ଦିଣ୍ଡାଙ୍କୁ ଲକ୍ଷ୍ମୀପୁର ତହସିଲଦାର, ଗୌରୀ ନାୟକଙ୍କୁ କେନ୍ଦୁଝର ସବ୍‌କଲେକ୍ଟର, ଅବିନାଶ ପନ୍ଦିଆଙ୍କୁ ତାଳଚେର ତହସିଲଦାର, ବିମଳ ଲେଙ୍କାଙ୍କୁ ଅନୁଗୋଳ ତହସିଲଦାର, ଲକ୍ଷ୍ମୀପ୍ରସାଦ ସାହୁଙ୍କୁ କାଶୀନଗର ତହସିଲଦାର, ଶାନ୍ତିସ୍ବରୂପ ମିଶ୍ରଙ୍କୁ କିଶୋରନଗର ଏବଂ ଚାର୍ଲସ ନାୟକଙ୍କୁ କନ୍ଧମାଳ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି। ସେହିପରି ଶଙ୍କର ପଟ୍ଟନାୟକଙ୍କୁ ଜଳେଶ୍ୱର ତହସିଲଦାର ଭାବେ ବଦଳି କରାଯାଇଥିବା ବେଳେ ପ୍ରଦୀପ ସାହୁଙ୍କୁ ବାଲେଶ୍ୱର ଡେପୁଟି କଲେକ୍ଟର, ମହେନ୍ଦ୍ର ବେହେରାଙ୍କୁ ଖଇରା ତହସିଲଦାର, ଶିବପ୍ରସାଦ ମୁର୍ମୁଙ୍କୁ କୁସୁମୀ ତହସିଲଦାର, ତାପସ ଦେହୁରିଙ୍କୁ ପାଟଣା ତହସିଲଦାର, ଅଶ୍ୱିନୀ ଦାସଙ୍କୁ ବିଜେପୁର ତହସିଲଦାର, ଆରତୀ ଭୋଇଙ୍କୁ ବରଗଡ଼ ସବ୍‌କଲେକ୍ଟର, ସଞ୍ଜୀବ ମେହେରଙ୍କୁ ବରଗଡ଼ ତହସିଲଦାର, ଆଦିତ୍ୟ ମିଶ୍ରଙ୍କୁ ଖପ୍ରାଖୋଲ ତହସିଲଦାର, ମୃତ୍ୟୁଞ୍ଜୟ ଭୂୟଁାଙ୍କୁ ବାଲେଶ୍ୱର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି। ସେହିପରି ଲକ୍ଷ୍ମୀଧର ରାଉତଙ୍କୁ ଭଣ୍ଡାରିପୋଖରୀ ତହସିଲଦାର ଭାବେ ବଦଳି କରାଯାଇଥିବା ବେଳେ ସୁରେଶ ପଣ୍ଡାଙ୍କୁ ଢେଙ୍କାନାଳ ତହସିଲଦାର, ଅସ୍ମିତା ଦାଶଙ୍କୁ ଯାଜପୁର ଡେପୁଟି କଲେକ୍ଟର, ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ପୁରୀ ଡେପୁଟି କଲେକ୍ଟର, ପ୍ରତିପ୍ରାଣ ମିଶ୍ରଙ୍କୁ କୁଜଙ୍ଗ ତହସିଲଦାର, ସାଧବୀ ଦେହୁରିଆଙ୍କୁ ଗୁରୁଣ୍ଡିଆ ତହସିଲଦାର, ମାନସ ରଞ୍ଜନ ଭୋଇଙ୍କୁ ବରୀ ତହସିଲଦାର, ସମ୍ବିତ ଶତପଥୀଙ୍କୁ ଜଗତ୍‌ସିଂହପୁର ତହସିଲଦାର, ସରୋଜକାନ୍ତ ନାୟକଙ୍କୁ ଡେରାବିଶ ତହସିଲଦାର, ରାଜେଶ କୁମାର ସାହୁଙ୍କୁ ପାନପୋଷ ତହସିଲଦାର ଭାବେ ବଦଳି କରାଯାଇଛି। ସେହିପରି ଯୁଗଳ କିଶୋର ମିଶ୍ରଙ୍କୁ ନୟାଗଡ଼ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିବା ବେଳେ କିଶୋର ପଣ୍ଡାଙ୍କୁ ଟାଙ୍ଗୀ ତହସିଲଦାର, ଅଳକ କୁମାର ଅନୁଗୁଳିଆଙ୍କୁ କୋରାପୁଟ ଡେପୁଟି କଲେକ୍ଟର, ରବୀନ୍ଦ୍ର ରାଉତଙ୍କୁ କାଲିମେଳା ତହସିଲଦାର, ହରପ୍ରସାଦ ଭୋଇଙ୍କୁ ନବରଙ୍ଗପୁର ତହସିଲଦାର, ବିଶ୍ୱରଞ୍ଜନ କଅଁରଙ୍କୁ ଚିକିଟି ତହସିଲଦାର, ପୁରୁଷୋତ୍ତମ ମିର୍ଦ୍ଧାଙ୍କୁ ରାମପୁର ତହସିଲଦାର, ଯୁଗଳ କିଶୋର ବିଶ୍ୱାଳଙ୍କୁ ମାଥିଲି ତହସିଲଦାର ଏବଂ ଶରତ ନାୟକଙ୍କୁ ଗୁଣୁପୁର ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି।

Share