ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ରାଜ୍ୟ ସରକାର ସୋମବାର ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି। ରାଜକୁମାର ଶର୍ମାଙ୍କୁ କୃଷି ଉତ୍ପାଦନର କମିଶନର ଭାବେ ନିଯୁକ୍ତି ମିଳିଥିବାବେଳେ ଶ୍ରୀମତୀ ଅନୁ ଗର୍ଗ ଜଳସମ୍ପଦ ବିଭାଗ ସଚିବ ହୋଇଛନ୍ତି। ଏଥିସହିତ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତିର ଅତିରିକ୍ତ ଦାୟିତ୍ୱ ମଧ୍ୟ ତାଙ୍କୁ ଦିଆଯାଇଛି। ସେହିପରି ଏମ୍‌ଏସ୍‌ଏମ୍ଇ ସଚିବ ସତ୍ୟବ୍ରତ ସାହୁଙ୍କୁ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ସୁରେନ୍ଦ୍ର କୁମାରଙ୍କୁ ଖଣି ଓ ଇସ୍ପାତ ବିଭାଗ ସଚିବ ହୋଇଛନ୍ତି। ଶ୍ରୀମତୀ ଚିତ୍ରା ଅରୁମୁଗମ୍‌ଙ୍କୁ ଶ୍ରମ ଓ ଇଏସ୍‌୍‌ଆଇ ବିଭାଗ ସଚିବ କରାଯାଇଛି।

Share