Categories: ମେଟ୍ରୋ

କମିଶନରେଟ ପୋଲିସରେ ଅଦଳବଦଳ

ଭୁବନେଶ୍ୱର,୭।୫(ବ୍ୟୁରୋ): କମିଶନରେଟ ପୋଲିସର ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସ ଅଧିକାରୀସ୍ତରରେ ଗୁରୁବାର ଏକ ଛୋଟଧରଣର ଅଦଳବଦଳ ହୋଇଛି। ଜୋନ୍‌-୩ ଏସିପିଭାବେ ଦାୟିତ୍ୱରେ ଥିବା ପ୍ରାଣକୃଷ୍ଣ ରାଉତଙ୍କୁ ଭୁବନେଶ୍ୱର ଅତିରିକ୍ତ ଡିସିପିଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଲକ୍ଷ୍ମୀସାଗର ଥାନା ଅଧିକାରୀଭାବେ କାର୍ଯ୍ୟରତ ତଥା କିଛିଦିନତଳେ ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଥିବା ଭରତ ଚରଣ ସାହୁଙ୍କୁ ଜୋନ-୩ ଏସିପିଭାବେ ନିଯୁକ୍ତି ମିଳିଛି। ଭରତଙ୍କ ସ୍ଥାନରେ ପାହାଳ ଫାଣ୍ଡି ଅଧିକାରୀ ଦାୟିତ୍ୱରେ ଥିବା ଓମ୍‌ପ୍ରକାଶ ମହାନ୍ତିଙ୍କୁ ଲକ୍ଷ୍ମୀସାଗର ଥାନା ଦାୟିତ୍ୱ ଦିଆଯାଇଛି। ଓମ୍‌ ଗତ ୨ବର୍ଷ ହେଲା ପାହାଳ ଫାଣ୍ଡି ଦାୟିତ୍ୱରେ ଥିବାବେଳେ କିଛିଦିନତଳେ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିଲେ। ବଦଳି ପାଇଥିବା ଅଧିକାରୀଙ୍କୁ ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବାକୁ କମିଶନରେଟ ପୋଲିସ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Share