ଅବକାରୀ ବିଭାଗର ଚଢ଼ାଉ: ଫେରାର ମାରିଲେ ମଦ ବ୍ୟବସାୟୀ

ଜୟପୁର,୧୩ା୧(ନି.ପ୍ର.): ଜୟପୁର ସଦର ଥାନା ଅଧୀନ କଳାଗୁଡାରେ ଅବକାରୀ ବିଭାଗ ଓ ସଦର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ପୂର୍ବରୁ ଖବର ପାଇ ମଦ ବ୍ୟବସାୟୀମାନେ ଫେରାର ହେଇଯାଇଥିଲେ। ହେଲେ ଘଟଣାସ୍ଥଳରୁ ୧ ହଜାର ଲିଟର ପୋଚ, ଶହେ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରାଯାଇଛି। ଏପରିକି ବେଆଇନ ଭାବେ ନିର୍ମିତ ମଦ ଭାଟି ଭଙ୍ଗାଯାଇଛି। ମଦ ରନ୍ଧା ସରଞ୍ଜାମ ଓ ଡ୍ରମ ଜବତ ହୋଇଥିବା ଥାନା ଅଧିକାରୀ ଈଶ୍ୱର ତାଣ୍ଡି କହିଛନ୍ତି।

Share