Categories: ଜାତୀୟ

ଆଜି ମନୀଷ ସିସୋଡିଆଙ୍କ ଜାମିନ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମଙ୍ଗଳବାର ରୌଜ୍‌ ଏଭିନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ। ବର୍ତ୍ତମାନ ଏକ୍ସାଇଜ ପଲିସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଙ୍କ ହେପାଜତରେ ଅଛନ୍ତି। ଅନ୍ୟପଟେ, ସିବିଆଇ ମାମଲାରେ ସୋମବାର ସିସୋଡିଆଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଯାହା ପରେ କୋର୍ଟ ଏଏପି ନେତାଙ୍କ ନ୍ୟାୟିକ ହେପାଜତକୁ ୧୪ ଦିନ ବୃଦ୍ଧି କରିଛନ୍ତି। ତେବେ ସିସୋଡିଆ ଏପ୍ରିଲ ୩ ଯାଏ ନ୍ୟାୟିକ ହେପାଜତରେ ରହିବେ।

Share