ଏଲ୍‌ଏସିରେ ଉତ୍ତେଜନା: ନୂଆ ଜେନେରାଲଙ୍କୁ ନିଯୁକ୍ତି ଦେଲେ ଚାଇନା ରାଷ୍ଟ୍ରପତି

ବେଜିଂ,୨୦।୧୨: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏପରିସ୍ଥଳେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଓ୍ବେଷ୍ଟର୍ନ ଥିଏଟର କମାଣ୍ଡ ପାଇଁ ନୂଆ ଜେନେରାଲଙ୍କୁ ନିଯୁକ୍ତ କରିଛନ୍ତି। ୨୦୧୭ରେ ଡୋକଲାମରେ ଚାଇନା ସୈନ୍ୟ ବାହିନୀର ନେତୃତ୍ୱ ନେଇଥିବା ୬୫ ବର୍ଷ ବୟସ୍କ ଜେନେରାଲ ଝାଙ୍ଗ୍‌ ସୁଇଙ୍ଗ୍‌ଙ୍କୁ ଏହି ନୂଆ ଦାୟିତ୍ୱ ଦିଆଯାଇଛି। ଏହା ସହିତ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଜେନେରାଲ ଅନ୍ୟ ୩ ଜଣ ବରିଷ୍ଠ ମିଲିଟାରି ଏବଂ ସାମରିକ ପୋଲିସଙ୍କୁ ପଦୋନ୍ନତି ଦେଇଛନ୍ତି। ଗୁଓ ପ୍ୟୁକ୍ସିୟାଓଙ୍କୁ ସେଣ୍ଟ୍ରାଲ ମିଲିଟାରି କମିଶନର ଲଜିଷ୍ଟିକ୍‌ ସପୋର୍ଟ ବିଭାଗରେ ନିଯୁକ୍ତ କରାଯାଇଛି। ଲି ଓ୍ବିଏଙ୍କୁ ଚାଇନାର ସୈନ୍ୟ ବାହିନୀର ରଣନୀତି ସପୋର୍ଟ ଫୋର୍ସରେ ନିଯୁକ୍ତି ମିଳିଛି। ସେହିପରି ଓ୍ବେଙ୍ଗ୍‌ ଚିଙ୍ଗାରିଙ୍କୁ କମାଣ୍ଡର ଭାବେ ନିଯୁକ୍ତ କରାଯାଇଛି। ଏପରି କରି ଚାଇନା ଭାରତ ବିରୋଧରେ ଏଲ୍‌ଏସିରେ କୌଣସି ନୂଆ ରଣନୀତି ଗ୍ରହଣ କରିବା ଷଡ଼ଯନ୍ତ୍ର ରଚୁଥିବା ଚର୍ଚ୍ଚା ହେଉଛି।

Share