Categories: ଜାତୀୟ

ଭାଗ୍ୟଫଳ ନେଇ ଉତ୍କଣ୍ଠା: ୩୮ ଜିଲାରେ ୫୫ ଗଣତି କେନ୍ଦ୍ର

ପାଟନା,୯।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇବ। ଏଥିପାଇଁ ରାଜ୍ୟର ୩୮ ଜିଲାର ୫୫ ଭୋଟ ଗଣତି କେନ୍ଦ୍ରରେ ଭୋଟ ଗଣାଯିବା ଲାଗି ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି କେନ୍ଦ୍ର ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଫଳାଫଳ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ପ୍ରତି ରାଜନୈତିକ ଦଳ ମାପିଚୁପି ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଭାଗ୍ୟଫଳ ନେଇ ୩ ହଜାର ୭୩୩ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ସେମାନଙ୍କ ମଧ୍ୟରେ ୩୭୧ ଜଣ ମହିଳା ରହିଛନ୍ତି।

Share