Categories: ବାଣିଜ୍ୟ

ପୁଞ୍ଜି ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୪: ଗତ କିଛି ମାସ ହେବ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ସହ ସ୍ଥାନୀୟ ବଜାରରେ ମାନ୍ଦାବସ୍ଥା ଜାରି ଯୋଗୁ ପୁଞ୍ଜି ବଜାରରେ ଆଶା ଓ ଆଶଙ୍କା ଦେଖାଦେଇଥିଲା। ଏପରି କି ଶେୟାର ବଜାରରେ ମଧ୍ୟ କ୍ରମାଗତ ଭାବେ କାରବାର ପରିବର୍ତ୍ତନ ଘଟୁଥିଲା। ବିଶେଷକରି ପୁଞ୍ଜି ବଜାରରେ ପଞ୍ଜୀକୃତ କମ୍ପାନୀଗୁଡିକର ନିବେଶ ସେହି ପରିମାଣରେ କାରବାର କରିଥିଲା। ଏପରି କି ଗତ ସପ୍ତାହର କାରବାର ପୂର୍ବ ସପ୍ତାହଠାରୁ ଭଲ ରହିଥିବା ଯୋଗୁ ସେନସେକ୍ସର ଶୀର୍ଷ ୧୦ କମ୍ପାନୀ ମଧ୍ୟରୁ ୭ କମ୍ପାନୀର ମୋଟ ବଜାର ପୁଞ୍ଜିରେ ୬୭,୮୫୯.୭୭ କୋଟି ଟଙ୍କାର ବୃଦ୍ଧି ଘଟିଛି। ସେହିଭଳି ଏହି ଅବଧି ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସବୁଠୁ ଅଧିକ ଲାଭ କରିଥିବା ଜଣାପଡିଛି। ଏପରି କି ଗତ ସପ୍ତାହ ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କର ମାର୍କେଟ୍‌ କ୍ୟାପ୍‌ ୧୭,୧୮୮.୨୫ କୋଟି ବଢି ୬,୨୭,୯୪୦.୨୩ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ଏଚ୍‌ଡିଏଫ୍‌ସି ବ୍ୟାଙ୍କର ବଜାର ପୁଞ୍ଜି ୧୫,୦୬୫.୩୧ କୋଟି ବଢି ୯,୪୪,୮୧୭.୮୫ କୋଟି ଟଙ୍କା ହୋଇଥିବା ବେଳେ ଏଚ୍‌ଡିଏଫ୍‌ସିର ମୋଟ ବଜାର ପୁଞ୍ଜି ୧୦,୫୫୭.୮୪ କୋଟି ବଢି ୫,୧୧,୪୩୬.୫୧ କୋଟି ଟଙ୍କାରେ ରହିଛି। ଅପରପକ୍ଷରେ ଆଇଟିସିର ମୂଲ୍ୟାଙ୍କନ ୧୦,୧୯୦.୯୭ କୋଟି ବଢି ୪,୯୧,୪୬୫.୯୬ କୋଟି ଟଙ୍କାରେ ପହଞ୍ଚତ୍ଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମୋଟ ବଜାର ପୁଞ୍ଜି ୯,୯୧୧.୫୯ କୋଟି ବଢି ୧୫,୯୩,୭୩୬.୦୧ କୋଟି ଟଙ୍କା ହୋଇଛି। ସେହିଭଳି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ବଜାର ମୂଲ୍ୟ ୪,୬୪୦.୮ କୋଟି ବଢି ୪,୭୫,୮୧୫.୬୯ କୋଟି ଟଙ୍କା ଏବଂ ଭାରତୀ ଏୟାରଟେଲର ବଜାର ପୁଞ୍ଜି ୩୦୫.୦୧ କୋଟି ବଢି ୪,୨୭,୪୧୬.୦୮ କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିପରି ଇନଫୋସିସର ବଜାର ମୂଲ୍ୟ ୧୩, ୮୯୭.୬୭ କୋଟି ଖସି ୫,୭୬,୦୬୯.୦୫ କୋଟି ଟଙ୍କାରେ ପହଞ୍ଚତ୍ଥିବା ବେଳେ ଟିସିଏସ୍‌ର ବଜାର ପୁଞ୍ଜି ୧୧, ୬୫୪.୦୮ କୋଟି ଖସି ୧୧,୬୭,୧୮୨.୫୦ କୋଟି ଟଙ୍କା ଏବଂ ହିନ୍ଦୁସ୍ତାନ ୟୁନିଲିଭର ବଜାର ପୁଞ୍ଜି ୬, ୯୫୪.୭୯ କୋଟି ଖସି ୫,୯୫, ୩୮୬.୪୩ କୋଟି ଟଙ୍କାରେ ପହଞ୍ଚତ୍ଛି।

Share