କଟକ ଅଫିସ୍,୨୪।୧: କଟକ ବଡ଼ ମେଡିକାଲରେ ମଙ୍ଗଳବାର ଉତ୍ତେଜନା ଦେଖାଦେଇଛି। ଅକ୍ସିଜେନ ଅଭାବରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତକ ହେଲେ ବାଲେଶ୍ୱର ଜିଲାର ଭାଗବତ ମହାନ୍ତି ।
ସୂଚନାଯୋଗ୍ୟ, ଭାଗବତଙ୍କ ଶ୍ୱାସଜନିତ ସମସ୍ୟା ଲାଗି ସୋମବା ଏସ୍ସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅକ୍ସିଜେନ ଅଭାବରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି।
ଅନ୍ୟପକ୍ଷେ ପରିବାର ଲୋକଙ୍କ ଅଭିଯୋଗକୁ ଭତ୍ତି କରି ଏସ୍ସିବ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ହେବା ନେଇ କହିଛନ୍ତି। ଏକ ସ୍ବତନ୍ତ୍ର ଟିମ୍ ଏହାର ତଦନ୍ତ କରିବ ବୋଲି ସୂଚନା ମିଳିଛି।