Categories: ଜାତୀୟ

ଏଲ୍‌ଏସିରେ ଉତ୍ତେଜନା: ଟି-୯୦, ଟି-୭୨ ଟ୍ୟାଙ୍କ ମୁତୟନ

ଲେହ, ୨୭।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତ ପକ୍ଷରୁ ଚାଇନାକୁ କଡ଼ା ଜବାବ ଦେବାକୁ ଏଠାରେ ଟି-୯୦ ଏବଂ ଟି-୭୨ ଟ୍ୟାଙ୍କ ସହିତ ବିଏମ୍‌ପି-୨ ଇନଫାଣ୍ଟ୍ରି କମ୍ବାଟ୍‌ ଭେହିକିଲ୍‌ ମଧ୍ୟ ମୁତୟ ନ କରାଯାଇଛି। ଏହା ମାଇନସ୍‌ ୪୦ ଡିଗ୍ରୀ ତାପମାତ୍ରାରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିବ। ଏହାକୁ ପୂର୍ବ ଲଦାଖର ଚୁମାର-ଡେମଚୋକ୍‌ଠାରେ ମୁତୟନ କରାଯାଇଛି। ଶତ୍ରୁ ପକ୍ଷର ମୁକାବିଲା ପାଇଁ ଏସବୁ ଯୁଦ୍ଧ ସରଞ୍ଜାମ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ୧୪-କପର୍ସ ଚିଫ୍‌ ଅଫ୍‌ ଷ୍ଟାପ୍‌ ମେଜର ଜେନେରାଲ ଅରବିନ୍ଦ କପୁର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପୂର୍ବ ଲଦାଖ ଅଞ୍ଚଳର ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟ ମୁହାଁମୁହିଁ ହୋଇଛନ୍ତି। ପରିସ୍ଥିତି ଉପରେ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ତୀକ୍ଷଣ ଦୃଷ୍ଟି ରଖାଯାଇଛି।

Share