Categories: ବାଣିଜ୍ୟ

ଶେୟାର ବଜାର କାରବାରରେ ଉତ୍ସାହ

ଭୁବନେଶ୍ୱର,୬।୧୦:ଗତ କିଛି ସପ୍ତାହ ହେବ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ି। ବିଶେଷକରି ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୪୦୬ (୪୦୫.୫୩) ପଏଣ୍ଟ ବୃଦ୍ଧି ଘଟି ୬୫,୬୩୨(୬୫,୬୩୧.୫୭) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ମଧ୍ୟ ୧୧୦ (୧୦୯.୬୫) ପଏଣ୍ଟ ବଢି ୧୯,୫୪୬ (୧୯,୫୪୫.୭୫) ଅଙ୍କରେ କାରବାର ବନ୍ଦ କରିଥିଲା। ଅପରପକ୍ଷରେ ବିଏସ୍‌ଇ ସେନ୍‌ସେକ୍ସର ମିଡ୍‌କ୍ୟାପ୍‌ ଓ ସ୍ମଲକ୍ୟାପ୍‌ ଶେୟାରଗୁଡିକର ଇଣ୍ଡେକ୍ସ ବୃଦ୍ଧି ଘଟିଥିଲବେଳେ ଏନ୍‌ଏସ୍‌ଇ ନିଫ୍ଟି ମିଡ୍‌ କ୍ୟାପ୍‌, ସ୍ମଲ କ୍ୟାପ୍‌ ଏବଂ ବ୍ୟାଙ୍କ ଶେୟାରଗୁଡିକର କାରବାର ମଧ୍ୟ ପରିବିର୍ତ୍ତନ ହୋଇଥିଲା। ବିଶେଷ କରି ସେକ୍ଟୋରାଲ ଇଣ୍ଡେକ୍ସର କାରବାରରେ ମଧ୍ୟ ପରିବର୍ତ୍ତନ ଘଟିଛି।

Share