Categories: ବାଣିଜ୍ୟ

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୭।୭: କ୍ରମାଗତ ୨ ଦିନ ପରେ ଭାରତୀୟ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୩ୟ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ବୁଧବାର ଷ୍ଟକ୍‌ ମାର୍କେଟର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ର ସେନ୍‌ସେକ୍ସ ୩୫୧ (୩୫୧.୪୯) ପଏଣ୍ଟ ବଢ଼ି ୬୬,୭୦୭ (୬୬,୭୦୭.୨୦) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ମଧ୍ୟ ୯୮(୯୭.୭୦) ପଏଣ୍ଟ ବୃଦ୍ଧି ଘଟି ୧୯,୭୭୮ (୧୯,୭୭୮.୩୦) ଅଙ୍କରେ କାରବାର ବନ୍ଦ ହୋଇଥିଲା। ଉଲ୍ଲେଖଯୋଗ୍ୟ,ବିଗତ ୨ୟ ହେବ ଭାରତୀୟ ଶେୟାର ବଜାର କାରବାରରେ ଭିନ୍ନ ଫଳାଫଳ ଦେଖାଦେଇଥିଲା। ଏପରିକି ସୋମବାର ଦଲାଲ ଷ୍ଟ୍ରିଟ୍‌ରେ କାରବାର ହ୍ରାସ ପାଇଥିବା ବେଳେ ମଙ୍ଗଳବାର ଭିନ୍ନ ଫଳାଫଳ ରହିଥିଲା।

Share