Categories: ବାଣିଜ୍ୟ

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୩୦।୯ : ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ବଢ଼ାଇଛନ୍ତି। ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୩୨୦ (୩୨୦.୦୯) ପଏଣ୍ଟ ବୃଦ୍ଧି ଘଟି ୬୫,୮୨୮ (୬୫,୮୨୮.୪୧) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟି-୫୦ରେ ମଧ୍ୟ ୧୧୫ (୧୧୪.୭୫) ପଏଣ୍ଟ ବଢ଼ି ୧୯,୬୩୮ (୧୯,୬୩୮.୩୦) ଅଙ୍କରେ କାରବାର ବନ୍ଦ କରିଥିଲା। ଉଲ୍ଲେଖଯୋଗ୍ୟ, ବିଏସ୍‌ଇ ସେନ୍‌ସେକ୍ସର ମିଡ୍‌କ୍ୟାପ୍‌ ଓ ସ୍ମଲ୍‌କ୍ୟାପ୍‌ ଶେୟାରଗୁଡିକର ଇଣ୍ଡେକ୍ସ ବୃଦ୍ଧି ସହ ଏନ୍‌ଏସ୍‌ଇ ନିଫ୍ଟି ମିଡ୍‌ କ୍ୟାପ୍‌, ସ୍ମଲ କ୍ୟାପ୍‌ ଏବଂ ବ୍ୟାଙ୍କ ଶେୟାରଗୁଡିକରେ ମଧ୍ୟ କାରବାର ବଢ଼ିଥିବାବେଳେ ସେକ୍ଟୋରାଲ ଇଣ୍ଡେକ୍ସର କାରବାରରେ ମଧ୍ୟ ବୃଦ୍ଧି ଘଟିଛି।

Share