ନୂଆଦିଲ୍ଲୀ,୪।୧: କ୍ରମାଗତ ୨ଦିନ ଲାଗି ଦଲାଲ ଷ୍ଟ୍ରିଟରେ ଉତ୍ସାହ ପରିଲିକ୍ଷୀତ ହୋଇଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇ ପାରିଛନ୍ତି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୧୨୬ (୧୨୬.୪୧) ପଏଣ୍ଟ ବଢି ୬୧,୨୯୪ (୬୧,୨୯୪.୨୦) ଅଙ୍କରେ ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ର ନିଫ୍ଟି-୫୦ରେ ମଧ୍ୟ ୩୫ (୩୫.୧୦) ପଏଣ୍ଟ ବୃଦ୍ଧି ଘଟି ୧୮,୨୩୩ (୧୮,୨୩୨.୫୫) ଅଙ୍କରେ ବଜାର ବନ୍ଦ ହୋଇଥିଲା।