Categories: ବାଣିଜ୍ୟ

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧୮।୧: ଦିନକ ପରେ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। ବିଶେଷକରି ଷ୍ଟକ୍‌ ବଜାରର ନିବେଶକମାନେ ଆଶା ଓ ଆଶଙ୍କା ମଧ୍ୟରେ ଥିଲାବେଳେ କାରବାର ପୂର୍ବଦିନଠାରୁ ବେଶ୍‌ ଭଲ ରହିଥିଲା। ମଙ୍ଗଳବାର ଶେୟାର ବଜାର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୫୬୩ (୫୬୨.୭୫) ପଏଣ୍ଟ ବଢ଼ି ୬୦,୬୫୬ (୬୦,୬୫୫.୭୨) ଅଙ୍କରେ ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ମଧ୍ୟ ୧୫୮ (୧୫୮.୪୫) ପଏଣ୍ଟ ବୃଦ୍ଧି ଘଟି ୧୮,୦୫୩ (୧୮,୦୫୩.୩୦) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡ଼ିଛି।

Share