Categories: ବାଣିଜ୍ୟ

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧।୪: କ୍ରମାଗତ ୨ୟ ଦିନ ଲାଗି ଶେୟାର ବଜାରରେ ଉତ୍ସାହ ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇପାରିଛନ୍ତି। ଫଳରେ ଶୁକ୍ରବାର ଷ୍ଟକ୍‌ ମାର୍କେଟର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୧୦୩୧ (୧୦୩୧.୪୩) ପଏଣ୍ଟ ବୃଦ୍ଧି ଘଟି ୫୮,୯୯୨ (୫୮,୯୯୧.୫୨) ଅଙ୍କରେ କାରବାର ବନ୍ଦ ହୋଇଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟି-୫୦ରେ ମଧ୍ୟ ୨୭୯ (୨୭୯.୦୫) ପଏଣ୍ଟ ବଢି ୧୭,୩୬୦(୧୭,୩୫୯.୭୫) ଅଙ୍କରେ କାରବାର ବନ୍ଦ ହୋଇଥିବା ଜଣାପଡ଼ିଛି।

Share