Categories: ବାଣିଜ୍ୟ

ଶେୟାର ବଜାରରେ ଉତ୍ସାହ

ଭୁବନେଶ୍ୱର,୧।୮: ଗତ କିଛି ସପ୍ତାହ ହେବ ଶେୟାର ବଜାର କାରବାରରେ ପରିବର୍ତ୍ତନ ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସ(ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ଫଳରେ ଶେୟାର ବଜାର ନିବେଶକଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଛି। ସୋମବାର ଷ୍ଟକ ମାର୍କେଟର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୩୬୭ (୩୬୭.୪୭) ପଏଣ୍ଟ ବଢି ୬୬,୫୨୮ (୬୬,୫୨୭.୬୭) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ମଧ୍ୟ ୧୦୮ (୧୦୭.୭୫) ପଏଣ୍ଟ ବୃଦ୍ଧି ଘଟି ୧୯,୭୫୪ (୧୯,୭୫୩.୮୦) ଅଙ୍କରେ କାରବାର ବନ୍ଦ ହୋଇଥିଲା। ଗତ ୨ ଦିନ ହେଲା ଭାରତୀୟ ଶେୟାର ବଜାରର କାରବାର ହ୍ରାସ ଘଟିଥିଲା ।

Share