Categories: ବାଣିଜ୍ୟ

ଶେୟାର ବଜାରରେ ଉତ୍ସାହ

ଭୁବନେଶ୍ୱର,୫।୮: ଗତ କିଛିଦିନ ହେବ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ଫଳରେ ଶେୟାର ବଜାର ନିବେଶକଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଛି। ଶୁକ୍ରବାର ଷ୍ଟକ୍‌ ମାର୍କେଟର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୪୮୧ (୪୮୦.୫୭) ପଏଣ୍ଟ ବଢ଼ି ୬୫,୭୨୧ (୬୫,୭୨୧.୨୫) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ମଧ୍ୟ ୧୩୫ (୧୩୫.୩୫) ପଏଣ୍ଟ ବୃଦ୍ଧି ଘଟି ୧୯,୫୧୭ (୧୯,୫୧୭.୦୦) ଅଙ୍କରେ କାରବାର ବନ୍ଦ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଗତ ୩ଦିନ ହେଲା ଭାରତୀୟ ଶେୟାର ବଜାରର କାରବାର ହ୍ରାସ ଘଟିଥିଲା ବେଳେ ଶୁକ୍ରବାର ବଜାର କାରବାରରେ ସୁଧାର ଆସିଥିଲା।

Share