Categories: ବାଣିଜ୍ୟ

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧୫।୩:ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ବିଶେଷ କରି ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୩୩୫ (୩୩୫.୩୯) ପଏଣ୍ଟ ବଢି ୭୩,୦୯୭(୭୩,୦୯୭.୨୮) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ମଧ୍ୟ ୧୪୯ (୧୪୮.୯୫) ପଏଣ୍ଟ ବୃଦ୍ଧି ଘଟି ୨୨,୧୪୭ (୨୨,୧୪୬.୬୫) ଅଙ୍କରେ କାରବାର ବନ୍ଦ ହୋଇଥିଲା।

Share