ନୂଆଦିଲ୍ଲୀ,୨୧।୧୦:କ୍ରମାଗତ ୫ମ ଦିନ ଲାଗି ଷ୍ଟକ୍ ବଜାର କାରବାର ଭଲ ରହିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ୪ର୍ଥ ଦିନର ଷ୍ଟକ୍ ବଜାର ଫଳାଫଳ ଅନୁଯାୟୀ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ର ସେନ୍ସେକ୍ସ ୯୬ (୯୫.୭୧) ପଏଣ୍ଟ ବୃଦ୍ଧି ପାଇ ୫୯,୨୦୩ (୫୯,୨୦୨.୯୦) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ର ନିଫ୍ଟି-୫୦ ରେ ମଧ୍ୟ ୫୨ (୫୧.୭୦) ପଏଣ୍ଟ ବଢ଼ି ୧୭,୫୬୪ (୧୭,୫୬୩.୯୫) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡ଼ିଛି। ଏପରିକି ଗୁରୁବାର ଦଲାଲ ଷ୍ଟ୍ରିଟ୍ରେ ବିଶେଷକରି ବ୍ୟାଙ୍କ, ଅଟୋ ଶିଳ୍ପ, ଆଇଟି ଏବଂ ମେଟାଲ ଭଳି କ୍ଷେତ୍ରର ନିବେଶକଙ୍କ ପାଇଁ ବଜାର ଫଳାଫଳ ଭଲ ରହିଥିଲା।