Categories: ବାଣିଜ୍ୟ

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୨୯ା୧୦: କ୍ରମାଗତ ୩ୟ ଦିନ ଲାଗି ଭାରତୀୟ ଶେୟାର ମାର୍କେଟର କାରବାର ଭଲ ରହିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ (ଶେୟାର ମାର୍କେଟ) ଅନୁଯାୟୀ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ର ସେନ୍‌ସେକ୍ସ ୨୦୩ (୨୦୩.୦୧) ପଏଣ୍ଟ ବଢ଼ି ୫୯,୯୬୦ (୫୯,୯୫୯.୮୫) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ ରେ ମଧ୍ୟ ୫୦ (୪୯.୮୫) ପଏଣ୍ଟ ବୃଦ୍ଧି ଘଟି ୧୭,୭୮୭ (୧୭,୭୮୬.୮୦) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦଲାଲ ଷ୍ଟ୍ରିଟ୍‌ରେ ବ୍ୟାଙ୍କ, ଆଇଟି, ଏଫ୍‌ଏମ୍‌ସିଜି ଏବଂ ଅଟୋଶିଳ୍ପ ଓ ମେଟାଲ ଭଳି କ୍ଷେତ୍ରର ନିବେଶକଙ୍କ ପାଇଁ ବଜାର ଫଳାଫଳ ଭଲ ରହିଥିଲା। ସୂଚନାଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ପ୍ରଭାବ ଶେୟାର ବଜାରର କାରବାର ଉପରେ ପଡୁଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଏକ ପ୍ରକାର ଅସ୍ଥିରତା ଦେଖାଦେଉଛି।

Share