Categories: ଜାତୀୟ

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୫ା୧୧: କ୍ରମାଗତ ୨ଦିନ ପରେ ପୁଣି ଥରେ ଷ୍ଟକ୍‌ ବଜାରର କାରବାର ବୃଦ୍ଧି ପାଇଛି। ଫଳରେ ଶେୟାର ବଜାରର ନିବେଶକମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ (ଶେୟାର ମାର୍କେଟ) ଅନୁଯାୟୀ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ର ସେନ୍‌ସେକ୍ସ ୧୧୪ (୧୧୩.୯୫) ପଏଣ୍ଟ ବୃଦ୍ଧି ଘଟି ୬୦,୯୫୦ (୬୦,୯୫୦.୩୬) ଅଙ୍କରେ କାରବାର ବନ୍ଦ ହୋଇଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ମଧ୍ୟ ୬୪ (୬୪.୪୫) ପଏଣ୍ଟ ବଢ଼ି ୧୮,୧୧୭ (୧୮,୧୧୭.୧୫) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡ଼ିଛି। ବିଶେଷ କରି ଶୁକ୍ରବାର ଦଲାଲ ଷ୍ଟ୍ରିଟ୍‌ରେ ରିଲାଏନ୍ସର ଉଚ୍ଚ ଫଳାଫଳା ସାଙ୍ଗକୁ ବ୍ୟାଙ୍କିଙ୍ଗ୍‌ ନିବେଶକ ଓ ଏଫ୍‌ଏମ୍‌ସିଜି ଏବଂ ଷ୍ଟିଲ୍‌ ଆଦି ନିବେଶରେ ମଧ୍ୟ ଅଭିବୃଦ୍ଧି ଘଟିଥିବା ଦେଖାଯାଇଛି।

Share