ନୂଆଦିଲ୍ଲୀ,୨୩।୧୧: ଭାରତୀୟ ଶେୟାର ବଜାରର ଫଳାଫଳ କ୍ରମାଗତ ଭାବେ ଉପର ତଳ ହେଉଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ନିବେଶକଙ୍କ ମନରେ ଉତ୍ସାହ ଭରିଦେଇଛି। କାରଣ ବିଗତ ୩ଟି କାର୍ଯ୍ୟଦିବସ କାରବାର ଫଳାଫଳ ଆଶା ଓ ଆଶଙ୍କା ମଧ୍ୟରେ ଶେଷ ହୋଇଥିଲା। ଫଳରେ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ମଧ୍ୟ ହରାଇଛନ୍ତି। ମଙ୍ଗଳବାର ଷ୍ଟକ୍ ବଜାରର ଫଳାଫଳ (ଶେୟାର ମାର୍କେଟ) ଅନୁଯାୟୀ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ର ସେନ୍ସେକ୍ସ ୨୭୪ (୨୭୪.୧୨) ପଏଣ୍ଟ ବଢ଼ି ୬୧,୪୧୯ (୬୧,୪୧୮.୯୬) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ର ନିଫ୍ଟି-୫୦ରେ ମଧ୍ୟ ୮୪ (୮୪.୨୫) ପଏଣ୍ଟ ବୃଦ୍ଧି ଘଟି ୧୮,୨୪୪(୧୮,୨୪୪.୨୦) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡ଼ିଛି।