ଫିଲ୍ମ ‘ଏମରଜେନ୍ସି’କୁ ନେଇ ବଢୁଛି ଉତ୍ସାହ: ସାମ୍ନାକୁ ଆସିଲା ମିଲିନ୍ଦଙ୍କ ଲୁକ୍‌

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଅପକମିଙ୍ଗ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ପୂର୍ବରୁ ଏହାର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଥିଲା। ଏହା ପରେ ଅଭିନେତା ଅନୁପମ ଖେର, ଶ୍ରେୟସ ତଲପଡେଙ୍କ ଲୁକ୍‌ ସାମ୍ନାକୁ ଆସିଥିଲା। ହେଲେ ବର୍ତ୍ତମାନ ମିଲିନ୍ଦ ସୋମନଙ୍କ ଲୁକ୍‌ ସାମ୍ନାକୁ ଆସିଛି। ଯେଉଁଥିରେ ମିଲିନ୍ଦଙ୍କୁ ସାମ ମାନେକ୍ସାଙ୍କ ଭୂମିକାରେ ନଜର ଆସିବେ। ତେବେ ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ଉତ୍ସାହିତ ଅଛନ୍ତି। ଫିଲ୍ମ ରିଲିଜ୍‌ ହେବା ପରେ କ’ଣ ହେବ ସମୟ କହିବ । କିନ୍ତୁ ଏହାପୂର୍ବରୁ ଫିଲ୍ମର ଷ୍ଟାରକାଷ୍ଟଙ୍କ ଲୁକ୍‌ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

Share