Advertisement

ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍ସାହ: ଏଥର ହେବ ୩ ଦିନ

ଦାରିଙ୍ଗବାଡ଼ି,୧୦ା୧୨ (ଅରୁଣ ସାହୁ):ଜାନୁୟାରୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଶୀତ ମହୋତ୍ସବ ପାଳନ କରାଯିବ। ଏନେଇ କମିଟିର ସମ୍ପାଦକ ତଥା ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବଥର ଯାହା ତ୍ରୁଟି ଥିଲା ତାକୁ ସୁଧାରି ଉତ୍ସବ ପାଳନ ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ଚଳିତ ଥର ୩ଦିନ ଶୀତ ମହୋତ୍ସବ ପାଳନ କରାଯିବ। ଏଥିପାଇଁ ପ୍ରତିଦିନ ଅତିଥିଙ୍କ ମଞ୍ଚରେ ଅଭିଭାଷଣ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସ୍ଥାନୀୟ କଳାକାର ତଥା ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ମଞ୍ଚରେ ସୁଯୋଗ ଦେବା ଲାଗି ଆଲୋଚନା କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଏମ୍‌ପିଙ୍କ ବ୍ଲକ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ଚନ୍ଦ୍ର ପଣ୍ଡା, ବଣିକ ସଂଘ ସଭାପତି ଲଡ଼ୁ କିଶୋର ସାହୁ, ଉପସଭାପତି ଦିଲୀପ କୁମାର ସାହୁ, ହୋଟେଲ ସଂଘ ସଦସ୍ୟ ତୁଷାର ସାହୁ, ଭାଜପା ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ, ଜିଲା ସମ୍ପାଦକ ହରେନ କୁମାର ସାହୁ, ବରିଷ୍ଠ ନାଗରିକ ସଂଘର ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ପତିତପାବନ ରାଉତ, ସରପଞ୍ଚ ଚନ୍ଦ୍ରିକା ମଲିକ, ବନାନୀ ସାରସ୍ବତ ପରିଷଦର ସମ୍ପାଦକ ବିଦେଶୀ ନାୟକ, ରାଜା ଦୋରା, ସିମନବାଡ଼ି ସମିତିସଭ୍ୟ ସାଧୁ ନାୟକ, ବୁଡ଼ାଗୁଡ଼ା ସରପଞ୍ଚ ତାତୁରା ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share