ଧନୀଙ୍କୁ ବାଦ୍‌ ଦେଇ ଗରିବଙ୍କୁ ସାମିଲ କର

ବଲସକୁମ୍ପା,୩୦ା୧(ଡି.ଏନ୍‌.ଏ.): ଖଜୁରିପଡ଼ା ବ୍ଲକରେ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। ଧନୀ ଶ୍ରେଣୀର ଲୋକଙ୍କ ନାମ ଆବାସ ଯୋଜନାରେ ସାମିଲ କରାଯାଇଥିବାରୁ ବ୍ଲକ କଂଗ୍ରେସ ଉଦବେଗ ପ୍ରକାଶ କରିଛି। ପ୍ରକୃତ ଗରିବ ଲୋକଙ୍କୁ ଚିହ୍ନଟ କରିବା ସହିତ ଯେଉଁ ଧନୀ ଶ୍ରେଣୀ ଲୋକଙ୍କ ନାମ ଗୃହ ପାଇବାକୁ ଅଛି ସେମାନଙ୍କୁ ବାଦ ଦେବା ପାଇଁ ବ୍ଲକ କଂଗ୍ରେସ ସଭାପତି ସ୍ବାଧୀନ ବେହେରାଙ୍କ ନେତୃତ୍ୱରେ ଏକ ଦଳ ଯାଇ ଖଜୁରିପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପମା ଘୋଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପିତାମ୍ବର ସାହୁ, ସୁଡ୍ରୁକୁମ୍ପା ସରପଞ୍ଚ ଦଶରଥ ଯାନୀ, ଗୌରଚରଣ ବେହେରା, ବଳଭଦ୍ର ଦିଗାଲ, ସୁଶାନ୍ତ ବେହେରା, କୁମୁଦ ମଲ୍ଲିକ, ପ୍ରକାଶ ବେହେରା ଉପସ୍ଥିତ ଥିଲେ।

Share