ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଭୁବନେଶ୍ୱରସ୍ଥିତ ସହିଦ ନଗରର ରୂପାଲି ସ୍କୋୟାର ପ୍ରିମିୟମ ଆଉଟଲେଟରେ ଏକ ୯ ଦିନିଆ ‘ଏକ୍ସକ୍ଲୁସିଭ ବ୍ରାଣ୍ଡେଡ ଜୁଏଲେରୀ ସୋ’ ଶନିବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମହିଳା ଶିଳ୍ପଦ୍ୟୋଗୀ ସୁକର୍ତ୍ତୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଲାବାର ସହିଦ ନଗର ଷ୍ଟୋରର ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଯୋଗ୍ୟ, ଏହି ସୋ’ ୨୦୨୩ ମେ ୨୦ରୁ ୨୮ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ଉକ୍ତ ସୋ ଜରିଆରେ ଗ୍ରାହକମାନେ ସୁନା, ହୀରା ଓ ମୂଲ୍ୟବାନ ଅଳଙ୍କାରର ସ୍ବତନ୍ତ୍ର ପ୍ରଦର୍ଶନୀ ସହ ବିକ୍ରୟ ସୁବିଧା ଉପଲବ୍ଧ ରହିଛି। ସେହିଭଳି ଏହି ଏକ୍ସକ୍ଳୁସିଭ ଶୋ’ରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ର ପ୍ରମୁଖ ଡିଜାଇନ ମାଇନ ହୀରା ଅଳଙ୍କାର, ଏରା ଅନକଟ ହୀରା ଅଳଙ୍କାର, ପ୍ରେସିଆ ମୂଲ୍ୟବାନ ରତ୍ନ ଅଳଙ୍କାର, ଏଥେନିକ୍ସ ହସ୍ତତନ୍ତ ଅଳଙ୍କାର, ଡିଭାଇନ ଭଳି ଭାରତୀୟ ହେରିଟେଜ ଅଳଙ୍କାର ଏବଂ ଷ୍ଟାରଲେଟ୍ ପିଲାମାନଙ୍କର ଅଳଙ୍କାର ଆଦି ପ୍ରଦର୍ଶିତ ହେବ।
ଏ ସମ୍ପର୍କରେ ମାଲାବାର ସହିଦନଗର ଷ୍ଟୋରର ମୁଖ୍ୟ ଅଶନାଫ୍ କହିଛନ୍ତି, ଗ୍ରାହକଙ୍କୁ ଉଚ୍ଚମାନ ଅଳଙ୍କାର ଯୋଗାଇ ଦେବା ପାଇଁ ଏଭଳି ସୋର ଆୟୋଜନ କରାଯାଉଛି। ସେହିପରି ପ୍ରତିଷ୍ଠାନ ଗ୍ରାହକଙ୍କୁ ଗୁଣାତ୍ମକ ଉତ୍ପାଦ ଓ କାରବାରରେ ଅନେକ ପ୍ରକାର ସୁବିଧା ପ୍ରଦାନ କରୁଥିବାବେଳେ ପ୍ରତିଷ୍ଠାନର ସାମାଜିକ କାର୍ଯ୍ୟକ୍ରମ ମଧ୍ୟ କାରବାରର ଲାଭାଶଂରୁ କରାଯାଇଥାଏ। ବିଶେଷ କରି ଗରିବ ଲୋକଙ୍କ ପାଇଁ ପ୍ରତିଷ୍ଠାନ ଅନେକ ପ୍ରକାରର ସୁବିଧା ଯୋଗାଇ ଦେଉଥିବା ବେଳେ ମହିଳା ଓ ବାଳିକାଶିକ୍ଷା ପାଇଁ ମଧ୍ୟ ବ୍ୟାପକ ସୁବିଧା ଯୋଗାଇ ଦେଉଛି।