ଅରୁଣାଞ୍ଚଳ ପ୍ରଦେଶରେ ଗାଁ ନିର୍ମାଣ କରିଛି ଚାଇନା

ନୂଆଦିଲ୍ଲୀ,୧୮।୧: ଅରୁଣାଞ୍ଚଳ ପ୍ରଦେଶରେ ଏକ ନୂଆ ଗାଁ ନିର୍ମାଣ କରିଛି ଚାଇନା। ଏଥିରେ ୧୦୧ ଘର ଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ଏହି ଫଟୋ ଗତବର୍ଷ ନଭେମ୍ବର ୧ ତାରିଖରେ ଉତ୍ତୋଳନ କରାଯାଇଥିଲା। ପ୍ରାୟ ୪.୫ କିମି ଭାରତ ସୀମା ଭିତରେ ଏହି ଗାଁ ନିର୍ମାଣ କରାଯାଇଥିବା ଫଟୋକୁ ବିଶ୍ଲେଷଣ କରି ବିଶେଷଜ୍ଞମାନେ କହିଛନ୍ତି।

ଅପର ସୁବାନସିରି ଜିଲା ତ୍‌ସାରୀ ଚୁ ନଦୀ କୂଳରେ ଏହି ଗାଁ ଅବସ୍ଥିତ। ଏହି ଅଞ୍ଚଳକୁ ନେଇ ଭାରତ-ଚାଇନା ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି। ଉଲ୍ଲେଖଥାଉ କି, ଲଦାଖରେ ଦୁଇ ଦେଶର ସେନା ମଧ୍ୟରେ ଚଳିତ ଦଶନ୍ଧୀ ସବୁଠୁ ଭୟଙ୍କର ଯୁଦ୍ଧ ହୋଇଥିଲା। ଗତ ବର୍ଷ ଜୁନରେ ହୋଇଥିବା ଏହି ବିବାଦରେ ୨୦ ଜଣ ଭାରତୀୟ ଯବାନ ଶହିଦ ହୋଇଥିଲେ। ହେଲେ ଚାଇନା ତା’ର ସେନାବାହିନୀର କେତେ କ୍ଷୟକ୍ଷତୀ ହୋଇଥିଲା, ତାହା କଦାପି ପ୍ରକାଶ କରି ନ ଥିଲା।

Share