ଏକ୍ସକ୍ଲୁସିଭ ଗଣେଶ ଚତୁର୍ଥୀ ଅଫର

ଭୁବନେଶ୍ୱର,୧୭।୯: ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଗ୍ରଣୀ କମ୍ପାନୀ ରିଲାଏନ୍ସ ଡିଜିଟାଲ ପକ୍ଷରୁ ଆକର୍ଷଣୀୟ ଏବଂ ଏକ୍ସକ୍ଲୁସିଭ ଗଣେଶ ଚତୁର୍ଥୀ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୩ ସେପ୍ଟେମ୍ବର ୧୬ରୁ ୧୯ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ଶନିବାରରୁ ଆରମ୍ଭ ହୋଇଥିବା ଏହି ଅଫର ଗଣେଶ ଚତୁର୍ଥୀ ପର୍ଯ୍ୟନ୍ତ ଉପଲବ୍ଧ। ଏହି ସ୍ବଳ୍ପ ଅବଧି ମଧ୍ୟରେ ଗ୍ରାହକମାନେ ଆକର୍ଷଣୀୟ ରିହାତି ସହ ପ୍ରଥମ ୧୦୦ ଗ୍ରାହକଙ୍କୁ ୫୦୦୦ ଟଙ୍କାର ବିଶେଷ ରିହାତି ଦିଆଯାଉଛି। ସେହିଭଳି ଦେଶର ସମସ୍ତ ବ୍ୟାଙ୍କର କାର୍ଡ ଉପରେ ୧୦% ପର୍ଯ୍ୟନ୍ତ ରିହାତି ଯୋଗାଇ ଦିଆଯାଉଛି। ଉଲ୍ଲେଖଯୋଗ୍ୟ, ଏହି ଅଫର ରିଲାଏନ୍ସ ଡିଜିଟାଲ ଷ୍ଟୋର, ମାଇ ଜିଓ ଷ୍ଟୋର ଏବଂ ରିଲାଏନ୍ସ ଡିଜିଟାଲ ଡଟ୍‌ ଇନ୍‌ରେ ମଧ୍ୟ ଉପଲବ୍ଧ। ଅପରପକ୍ଷରେ ଏହି ଅବଧି ମଧ୍ୟରେ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ସହ ଡେଲିଭରି ଏବଂ ସ୍ଥାପନ (ଇନ୍‌ଷ୍ଟାଲେଶନ) ସୁବିଧା ମଧ୍ୟ ଷ୍ଟୋର ପକ୍ଷରୁ ଯୋଗାଇ ଦିଆଯାଉଛି। ସେହିଭଳି ଷ୍ଟାର ଓ ଅନ୍ୟାନ୍ୟ ପ୍ଲାଟ୍‌ଫର୍ମରେ ସମସ୍ତ ବ୍ରାଣ୍ଡ୍‌ ଓ ବ୍ରାଣ୍ଡେଡ୍‌ କମ୍ପାନୀର ସାମଗ୍ରୀ ଉପଲବ୍ଧ।

Share