Categories: ବାଣିଜ୍ୟ

ମାଲାବାରର ସ୍ବତନ୍ତ୍ର ଅଳଙ୍କାର ପ୍ରଦର୍ଶନୀ

ଭୁବନେଶ୍ୱର, ୧।୬ (ଅଭୟ ଦାଶ): ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ୍‌ସର ଚନ୍ଦ୍ରଶେଖରପୁରସ୍ଥିତ ଏକ୍ସକ୍ଲୁସିଭ ଆଉଟ୍‌ଲେଟ ପରିସରରେ ଏକ ୧୦ ଦିନିଆ ସ୍ବତନ୍ତ୍ର ଅଳଙ୍କାର ପ୍ରଦର୍ଶନୀ ବୁଧବାରଠାରୁ ଆରମ୍ଭ ହୋଇଯାଇଛି। ଏପରିକି ମାଲାବାରର ପ୍ରିମିୟମ ଅଳଙ୍କାର ‘ଏରା ଆଣ୍ଡ ପ୍ରେସିଆ ଜୁଏଲେରି ଫେଷ୍ଟିଭାଲ’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଡା. ସାଇପ୍ରସନ୍ନା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶୋ’ରୁମ୍‌ର ବରିଷ୍ଠ ଅଧିକାରୀ ଏମ୍‌ଡି ଫାଜିଲ,ସିଦ୍ଧେଶ୍ୱର ରଥଙ୍କ ସମେତ ଶୋ’ରୁମ୍‌ କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଏହି ଫେଷ୍ଟିଭାଲ ୨୦୨୪ ଜୁନ୍‌ ୯ ପର୍ଯ୍ୟନ୍ତ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ୍‌ସର ଚନ୍ଦ୍ରଶେଖରପୁର ଷ୍ଟୋରରେ ଉପଲବ୍ଧ। ସେହିଭଳି ଏହି ଫେଷ୍ଟିଭାଲ ଅବସରରେ ଗ୍ରାହକ ମାଲାବାରର ଭିନ୍ନ ଭିନ୍ନ ଡିଜାଇନ ଓ ବ୍ରାଣ୍ଡେଡ୍‌ ଅଳଙ୍କାର ସାଙ୍ଗକୁ ସୁନା ଅଳଙ୍କାର, ଅନ୍‌କଟ୍‌ ଡାଇମଣ୍ଡ ଏବଂ ମୂଲ୍ୟବାନ୍‌ ରତ୍ନପଥରର ବ୍ୟାପକ ସମ୍ଭାର ଦେଖିବାକୁ ପାଇପାରିବେ। ଏପରିକି ଉପରୋକ୍ତ ଗହଣା ଉଭୟ ପ୍ରଦର୍ଶନ ଓ ବିକ୍ରୟ ପାଇଁ ଉପଲବ୍ଧ ରହିଛି।

Share