ପୁରୀରେ ଏଫ୍‌ଏନ୍‌ପିର ଏକ୍ସକ୍ଳୁସିଭ ଆଉଟଲେଟ୍‌

ଭୁବନେଶ୍ୱର,୨।୯:ଦେଶର ପ୍ରମୁଖ ଷ୍ଟାର୍ଟଅପ୍‌ ୟୁନିଟ୍‌ ଫର୍ନସ ଏନ୍‌ ପେଟାଲ୍ସ (ଏଫ୍‌ଏନ୍‌ପି) ର ଏକ୍ସକ୍ଳୁସିଭ ଆଉଟଲେଟ୍‌ ନିକଟରେ ପୁରୀ ସହରରେ ଉଦ୍‌ଘାଟିତ ହୋଇଯାଇଛି। ୭୫୦ ବର୍ଗଫୁଟ ପରିମିତ ସ୍ଥାନରେ ଗଢି ଉଠିଥିବା ଏହି ଷ୍ଟୋରଟି ପୁରୀ ଗ୍ରାଣ୍ଡ ରୋଡ୍‌ଠାରେ ଶୁଭାରମ୍ଭ ହୋଇଥିବା ଏଫ୍‌ଏନ୍‌ପି ପକ୍ଷରୁ କୁହାଯାଇଛି। ଏଠାରେ ଦେଶୀ ବିଦେଶୀ ଫୁଲ ସାଙ୍ଗକୁ ପ୍ଲାଣ୍ଟର୍ସ, ତାଜା କେକ୍‌, କୃତ୍ରିମ ଫୁଲ, ସାଜସଜ୍ଜା ସାମଗ୍ରୀ ଇତ୍ୟାଦି ଉପଲବ୍ଧ। ଏ ସମ୍ପର୍କରେ ଏଫ୍‌ଏନ୍‌ପି୍ସର ସିଓଓ (ରିଟେଲ ଆଣ୍ଡ ଫ୍ରାଞ୍ଚାଇଜି) ଅନିଲ ଶର୍ମା କହିଛନ୍ତି, ଓଡ଼ିଶାର ପୁରୀ ସହରରେ ଆମେ ଆମର ପ୍ରଥମ ଦୋକାନ ଖୋଲିଥିବାରୁ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଦ୍ରୁତ ବିସ୍ତାର ଯୋଜନା ସହ ଆମର ବ୍ରାଣ୍ଡ୍‌ର ଗତିଧାରା ମଧ୍ୟ ଜାରି ରହିଛି। ଏଠାରେ ବିଭିନ୍ନ କଟା ଫୁଲ ଓ ଅନ୍ୟାନ୍ୟ ଫୁଲର ବ୍ୟବସ୍ଥା, କୃତ୍ରିମ ଓ ଶୁଖିଲା ଫୁଲ, ଉଦ୍ଭିଦ ଓ ସାଜସଜ୍ଜା ସାମଗ୍ରୀ ସହ ସୁଗନ୍ଧିତ ମହମବତି, ମହମବତି ଷ୍ଟାଣ୍ଡ, ଆମଦାନିକୃତ ଇଟାଲୀ ଗ୍ଲାସ୍‌ ଭେଜ୍‌ ଓ ସ୍ବତନ୍ତ୍ର ଉପହାର ସାମଗ୍ରୀ ଉପଲବ୍ଧ ହୋଇଥାଏ। ଏହା ବ୍ୟତୀତ ଫଟୋ ଫ୍ରେମ୍‌, ଡିଜାଇନର, ଆରୋମାଥେରାପି ଓ ପୋଟୋପୋରିସ ଉପରେ ଆଧାରିତ ସ୍ବତନ୍ତ୍ର ଧୂପ, ବିଶେଷ ଫୁଲ ଓ ଆକର୍ଷଣୀୟ ସାମଗ୍ରୀ ଉପଲବ୍ଧ ହୋଇଥାଏ। ସେହିପରି କେକ୍‌ ଷ୍ଟୋରରେ ତାଜା କେକ୍‌ ସାମଗ୍ରୀ, ଚକୋଲେଟ,ସ୍ନାକସ, ପାନୀୟ ଓ ଅନ୍ୟାନ୍ୟ ସାଭୋରିୟସ୍‌ ସାଙ୍ଗକୁ ବିବାହ ପାଇଁ କେକ୍‌, ବେଲୁନ ଆର୍ଟ ଓ ପାର୍ଟି ଆସେସୋରିଜ, ବ୍ୟକ୍ତିଗତ ଉପହାର ସାମଗ୍ରୀ ତଥା ଗ୍ରୀନ୍‌ ପ୍ଲାଣ୍ଟର୍ସ ଏହାର ପ୍ରମୁଖ ସାମଗ୍ରୀ ଭାବେ ରହିଛି।