ଭୁବନେଶ୍ୱର,୧।୩: ରାଜ୍ୟର ପ୍ରମୁଖ ମସଲା ଉଦ୍ୟୋଗ ତଥା ପୂର୍ବଭାରତର ଅନନ୍ୟ ଖାଦ୍ୟ ପ୍ରସ୍ତୁତକାରୀ ପ୍ରତିଷ୍ଠାନ ରୁଚି ଫୁଡ୍ଲାଇନ ଦ୍ୱାରା ପରିଚାଳିତ ଫ୍ରୋଜେନ୍ ଫୁଡ୍ସ ବ୍ରାଣ୍ଡ୍ ‘ଫ୍ରୋଜିଟ୍’ର ଏକ୍ସକ୍ଲୁସିଭ ଷ୍ଟୋର ସ୍ଥାନୀୟ ଚନ୍ଦ୍ରଶେଖରପୁରଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ରୁଚି ଫୁଡ୍ ଲାଇନର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଏଚ୍ଏମ୍ର ପୂର୍ବତନ ଅଧ୍ୟକ୍ଷା ଆର୍ଯ୍ୟ ପାଣିଗ୍ରାହୀ, ରୁଚି ଫୁଡ୍ଲାଇନର ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ଫ୍ରୋଜିଟ୍ର ପ୍ରତିଷ୍ଠାତା ତଥା ରୁଚି ଫୁଡ୍ଲାଇନର ନିର୍ଦ୍ଦେଶିକା ରଶି ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ରଶ୍ମି୍ମ କହିଥିଲେ, ଫ୍ରୋଜିଟ୍ର ୧୩ତମ ଷ୍ଟୋର ଉଦ୍ଘାଟନକରି ଆମେ ବେଶ୍ ଉତ୍ସାହିତ।